ମୁକୁଳିଲେ ଉମାର ଅବ୍ଦୁଲ୍ଲା; କହିଲେ, ବହୁତ କିଛି ଘଟିଯାଇଛି ହେଲେ କରୋନା..
ଶ୍ରୀନଗର: ଶ୍ରୀନଗର: ୮ ମାସ ବନ୍ଦୀ ହୋଇ ରହିବା ପରେ ମୁକୁଳିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍ଦୁଲ୍ଲା। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ମୁକ୍ତ କରିଛି। ଅଟକ ଦଣ୍ଡରୁ ମୁକୁଳିବା ପରେ ଓମାର ପ୍ରଥମ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆଜି ଏକ ଭିନ୍ନ ପୃଥିବୀ ଦେଖିବାକୁ ପାଇଛି।”
ଓମାର ଟ୍ୱିଟର କରି କହିଛନ୍ତି, “ଦୀର୍ଘ ୨୩୨ ଦିନ ଅଟକ ରହିବା ପରେ ଶେଷରେ ମୁଁ ଆଜି ହରି ନିବାସ ଛାଡ଼ିଛି। ୨୦୧୯ ଅଗଷ୍ଟ ୫ ପରେ ଏକ ନୂଆ ଓ ଭିନ୍ନ ପୃଥିବୀ ମୁଁ ଦେଖିବାକୁ ପାଇଛି।” ମାର୍ଚ୍ଚ ୧୦ରେ ଓମାର ୫୦ ବର୍ଷ ବୟସରେ ପାଦ ଥାପିଥିଲେ। ତାଙ୍କୁ ଶ୍ରୀନଗର ସ୍ଥିତ ତାଙ୍କ ଅଫିସିଆଲ ବାସଭବନ ନିକଟ ହରି ନିବାସ ଗେଷ୍ଟ ହାଉସରେ ଅଟକ ରଖାଯାଇଥିଲା।
ଅଟକ ଦଣ୍ଡରୁ ମୁକ୍ତି ପାଇବା ପରେ ଓମାର ତାଙ୍କ ବାପା ଫାରୁକ ଅବଦୁଲ୍ଲା ଓ ମା’ଙ୍କ ସହ ଲଞ୍ଚ କରିଥିଲେ।