ଉମାର ଓ ମେହବୁବାଙ୍କୁ ଭେଟିଲେ ପରିବାର ଲୋକେ

ନୂଆଦିଲ୍ଲୀ: ଜମ୍ମୁ  କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ।

ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର ହରି ନିବାସରେ ଅଟକ ଥିବା ଓମାର ଅବଦୁଲ୍ଲାଙ୍କୁ ତାଙ୍କ ପରିବାର ଲୋକେ ଦୁଇ ଥର ଭେଟିଥିଲେ। ଓମାର ଅବଦୁଲ୍ଲାଙ୍କ ଭଉଣୀ ସଫିଆ ଓ ତାଙ୍କ ପିଲାମାନେ ଗତକାଲି ଅବଦୁଲ୍ଲାଙ୍କୁ ୨୦ ମିନିଟ୍ ପାଇଁ ଭେଟିଥିଲେ ବୋଲି ଜଣାପଡ଼ିଛି। ୨୦ ଦିନ ଧରି ଅଟକ ରହିବା ପରେ ଅବଦୁଲ୍ଲାଙ୍କ ଦାଢ଼ି ଲମ୍ୱା ହୋଇଯାଇଥିବା ଜଣାପଡ଼ିଛି।

ସାଫିଆ ଦୀର୍ଘ ଦିନ ଧରି ଅବଦୁଲ୍ଲାଙ୍କ ସହ କଥା ହେବା ପାଇଁ ଡେପୁଟି ପୁଲିସ୍ କମିଶନରଙ୍କୁ ନିବେଦନ କରିଥିଲେ। ଏହାପରେ ଇଦ୍ ଅବସରରେ ପ୍ରଥମ ଥର ପାଇଁ ଭାଇଙ୍କ ସହିତ ଫୋନରେ କଥା ହୋଇଥିଲେ ସାଫିଆ। ଓମାରଙ୍କ ବାପା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ମଧ୍ୟ ଗୃହବନ୍ଦୀ ରହିଛନ୍ତି।

ସେହିପରି ଗତ ଗୁରୁବାର ମେହବୁବା ମୁଫତିଙ୍କୁ ତାଙ୍କ ମାଆ ଓ ଭଉଣୀ ଭେଟିଥିଲେ। ଜମ୍ମୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଚେସମାଶାହିରେ ଏବେ ମେହବୁବା ମୁଫତି ଅଟକ ରହିଛନ୍ତି।

ଅଟକ ସମୟରେ ଏହି ଦୁଇ ନେତା କୌଣସି ଟିଭି ଚ୍ୟାନେଲ୍ ଦେଖିପାରୁ ନାହାନ୍ତି। ପ୍ରଶାସନ ପକ୍ଷରୁ କେବଳ ଡିଭିଡି ପ୍ଲେୟାର ଯୋଗାଇ ଦିଆଯାଇଥିଲା ଫିଲ୍ମ ଦେଖିବା ପାଇଁ। ୪୯ ବର୍ଷୀୟ ଓମାର କିନ୍ତୁ ଫିଲ୍ମ ଦେଖିବା ବଦଳରେ ଅଧିକାଂଶ ସମୟ ବହି ପଢ଼ୁଛନ୍ତି ଓ ବ୍ୟାୟାମ କରୁଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମ୍ମୁ କାଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସରକାର ଆଇନ ଶୃଙ୍ଖଳା ବିଗିଡିପାରେ ଆଶଙ୍କା କରି ମେହବୁବା ମୁଫତି ଓ ଓମାରର ଅବଦୁଲ୍ଲାଙ୍କ ସମେତ ଅନେକ ନେତାଙ୍କୁ ପ୍ରଥମେ ଗୃହବନ୍ଦୀ ଓ ପରେ ଗିରଫ କରିଥିଲେ। ସ୍ଥିତି ସୁଧୁରୁଥିବା ଦେଖି ପ୍ରଶାସନ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଢିଲା କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like