ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ ଜାରି ରହିଛି। ଗତ ଏକ ସପ୍ତାହ ଧରି ହରିଆଣା, ପଂଜାବରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ସାଧାରଣ ସ୍ତରଠାରୁ ଅନେକ ତଳେ ରହିଛି।

ହରିଆଣାର କର୍ଣ୍ଣାଲରେ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ କରାଯାଇଛି।  ହିସାର, ଅମ୍ବାଲା, ନର୍ଣ୍ଣଲ, ରୋହତକ, ଭିୱାନୀ, ସିର୍ସା ଅଂଳଚରେ ତାପମାତ୍ରା ୪ଡିଗ୍ରୀ ତଳେ ରହିଛି।

ସେହିପରି ପଂଜାବର ଅଦମପୁରରେ ସର୍ବନିମ୍ନ ତାପମାତ୍ରା ୦.୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅମ୍ରିତସର, ଲୁଧିଆନା, ପଟିଆଲା, ପଠାନକୋଟ, ଭଟିଣ୍ଡା ଅଂଚଳରେ ମଧ୍ୟ ପାରଦ ୪ଡିଗ୍ରୀ ତଳେ ରହିଛି।   ସେହିପରି ହିମାଚଳ ପ୍ରଦେଶର ଅସହ୍ୟ ଜାଡ଼ ଅନୁଭୂତ ହେଉଛି।

You might also like