ପୁଲ୍‌ୱାମାରେ ପୁଣି ସହିଦ ହେଲେ ୪ ସୁରକ୍ଷାକର୍ମୀ

ପୁଲ୍‌ୱାମା: ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ପୁଣି ସହିଦ ହୋଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ମେଜରଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଛନ୍ତି।

ସହିଦ ହୋଇଥିବା ଯବାନମାନେ ୫୫ ରାଷ୍ଟ୍ରୀୟ ରାଇଫଲ୍ସର। ସହିଦ ହୋଇଥିବା ମେଜରଙ୍କ ନାଁ ଭି.ଏସ୍ ଧଣ୍ଡିଆଲ୍‌। ଅନ୍ୟମାନେ ହେଲେ ହେଡ୍‌ କନଷ୍ଟେବଳ ସିଓ ରାମ୍, ଅଜୟ କୁମାର ଓ ହରି ସିଂ।

ମିଳିଥିବା ସୂଚନା ଅନୁସାରେ, ପିଙ୍ଗ୍‌ଲିନା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇ ଗତକାଲି ରାତିରୁ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଚାରି ଆଡ଼ୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ୪ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

୪ ଦିନ ତଳେ ଗତ ଫେବୃଆରୀ ୧୪ ତାରିଖରେ ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ର ୪୦ଜଣ ଯବାନ ସହିଦ ହେବା ଘଟଣା ମନରୁ ନଲିଭୁଣୁ ପୁଣି ଆଜି ୪ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।

You might also like