ମରଣ ମୁହଁରୁ ଟାଣିଆଣିଲେ ଅଫିସର, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରିପାରିବ। କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। କିପରି ଭାବେ ଜଣେ ଅଫିସରଙ୍କ ଜରିଆରେ ଗୋଟିଏ ସାର୍କ ମାଛ କବଳରୁ ଛୋଟ ପିଲାଟିର ଜୀବନ ମୃତ୍ୟୁମୁଖରୁ ବଞ୍ଚିଯାଉଛି ଏହି ଭିଡିଓରେ ଦେଖନ୍ତୁ..
ଆମେରିକାର କୋକୋଆ ବିଚ ନିକଟସ୍ଥ ସମୁଦ୍ରରେ ଏହି ଘଟଣାଟି ଘଟିଛି। ଛୋଟ ପିଲାଟି ସମୁଦ୍ରରେ ଗାଧୋଉଥିବାବେଳେ ଏକ ବଡ଼ ସାର୍କ ମାଛ ତାକୁ ଆକ୍ରମଣ କରିବା ପାଇଁ ମାଡ଼ିଆସିଥିଲା । ସେହି ସମୁଦ୍ରକୂଳରେ ଆମେରିକାର ଜଣେ ପୁଲିସ ଅଫିସର ଛୁଟି କଟାଇବା ପାଇଁ ପତ୍ନୀଙ୍କ ସହ ବୁଲୁଥିଲେ । ସାର୍କ ମାଛଟି ପିଲାଟିକୁ ଆକ୍ରମଣ କରିବାକୁ ଆସୁଥିବା ସେ ଦେଖିଥିଲେ। ସଙ୍ଗେସଙ୍ଗେ ସେ ପାଣିକୁ ଡେଇଁପଡ଼ି ପିଲାଟିକୁ ସାର୍କ କବଳରୁ ଉଦ୍ଧାର କରିଥିଲେ ।
ଏହି ଭିଡିଓଟି କୋକୋଆ ବିଚ୍ ର ପୁଲିସ ଏବଂ ଅଗ୍ନିସମ ବିଭାଗ ଟ୍ୱିଟରରେ ପୋଷ୍ଟ କରି ଘଟଣାର ବର୍ଣ୍ଣନା କରିଛି । ତେବେ ଟ୍ୱିଟରରେ ପୋଷ୍ଟ ହେବାପରେ ଭିଡିଓଟି ଭଇରାଲ ହୋଇଛି। ଏଥିପାଇଁ ଉକ୍ତ ଅଫିସରଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି।