ବିଶାଖାପାଟଣାରେ ଭୋଟ ଦେଲେ ପ୍ରବାସୀ ଓଡ଼ିଆ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ରାଜ୍ୟର ୨୫ ଟି ଲୋକସଭା ଆସନ ପାଇଁ ମୋଟ ୩୧୯ ଜଣ ପ୍ରାଥୀ ମୈଦାନରେ ରହିଥିବା ବେଳେ ୧୭୫ଟି ବିଧାନସଭା ଆସନ ପାଇଁ ମୋଟ ୨ହଜାର ୧୧୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଶାଖାପାଟନମରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଭୋଟର ମତଦାନ କରିଛନ୍ତି।

ଆନ୍ଧ୍ରପ୍ରଦେଶର ୧୩ ଜିଲାର ୩.୯ କୋଟି ଭୋଟରଙ୍କ ପାଇଁ ୪୬ ହଜାର ୧୨୦ଟି ପୁଲିଂ ବୁଥ୍‌ ଖୋଲାଯାଇଛି। ଏଥି ମଧ୍ୟରୁ ୮ହଜାର ୫୧୪ଟି ବୁଥ୍‌ ଅତି ସମ୍ବେଦନଶୀଳ ରହିଛି। ମାଓପ୍ରବଣ ଅଂଚଳରେ ରହିଥିବା ୧୨ଟି ବୁଥ୍‌ରେ ଡ୍ରୋନ୍‌ କ୍ୟାମେରା ଖଞ୍ଜାଯାଇଛି।

ସେଠାରେ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

You might also like