ଓଡ଼ିଆ ଆଇଏଏସ୍ଙ୍କୁ ନିର୍ଯାତନା
ନ୍ୟାୟ ପାଇଁ ମୁଖ୍ୟ ସଚିବଙ୍କୁ ଚିଠି
ପଶ୍ଚିମବଙ୍ଗ : ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର। ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି।
ଏନେଇ ସ୍ମୃତିରଞ୍ଜନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବୀରଭୂମ ଜିଲ୍ଲା ରାମପୁରହାଟ ଥାନା ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କ୍ରସର ମାଲିକମାନେ ବାରମ୍ବାର ଅଭିଯୋଗ କରିଅାସୁଥିଲେ। ଥାନା ଅଧିକାରୀ ତାଙ୍କୁ ଧମକାଇ ଚାନ୍ଦା ଅାଦାୟ କରୁଥିବା ଅଭିଯୋଗ ହେଉଥିଲା। ଏନେଇ ଅାଇନଶୃଙ୍ଖଳା ପରିସ୍ଥିତି ଉପୁଯିବା ଅାଶଙ୍କା କରି ରାମପୁରହାଟ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଏସଡିଓ ସ୍ମୃତିରଞ୍ଜନ ଉଦ୍ୟମ କରିଥିଲେ।
ତେବେ ଥାନା ଅଧିକାରୀ ଫୋନ୍ ନ ଉଠାଇବାରୁ ସେ ଥାନାକୁ ଅାସିଥିଲେ। ଥାନାରେ ପହଞ୍ଚିବା ପରେ ଏସ୍ଡିପିଓ ପହଞ୍ଚି ଥାନାକୁ ଅାସିଥିବା ନେଇ ଉଚ୍ଚ ଭାଷାରେ କଥାବାର୍ତ୍ତା କଲେ ଏବଂ କଣ ପାଇଁ ଥାନାକୁ ଓ କେଉଁ ଅଧିକାର ବଳରେ ଅାସିଥିବା ପଚାରିଲେ। ଏହାସହ କବାଟ ବନ୍ଦ କରି ଥାନା ଭିତରେ ତାଙ୍କୁ ଅଟକ ରଖିଥିଲେ ବୋଲି ସ୍ମୃତିରଞ୍ଜନ କହିଛନ୍ତି।