ସ୍କୁଲ୍‌ରେ ହେବ ଯୁଗ୍ମ-ଅଯୁଗ୍ମ କ୍ଲାସ୍ !

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ବି ଲାଗୁ ହୋଇପାରେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା। ଲକଡାଉନ ଯୋଗୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଓ ଏନ୍‌ସିଆର୍‌ଟି ପକ୍ଷରୁ ସ୍କୁଲରେ ଯୁଗ୍ମ, ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଉଛି।

ଫଳରେ ଲକଡାଉନ ହଟିବା ପରେ ସ୍କୁଲରେ ଦୈନିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଏପରି ଯୋଜନା କରାଯାଉଛି।

ଗୋଟିଏ ସପ୍ତାହ ପାଇଁ ଯୁଗ୍ମ ସଂଖ୍ୟକ ରୋଲ୍‌ ନମ୍ବର ଥିବା ଛାତ୍ରଛାତ୍ରୀ ସ୍କୁଲ ଆସିବେ ଓ ଅନ୍ୟ ସପ୍ତାହରେ ଅଯୁଗ୍ମ ନମ୍ବର ସଂଖ୍ୟକ ଥିବା ଛାତ୍ରୀଛାତ୍ରୀ ସ୍କୁଲକୁ ଆସିବେ। ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତାକୁ ନଜରରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟବସ୍ଥା ନେଇ ଯୋଜନା ଚାଲିଥିବା ଜଣାପଡିଛି। ଏନେଇ ଏନ୍‌ସିଆର୍‌ଟି ପକ୍ଷରୁ ସୂଚନା ମିଳିଛି।

You might also like