ଲକ୍‌ଡାଉନ ସମୟରେ ଦରମା ଦେଇ ନ ଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି

ନୂଆଦିଲ୍ଲୀ: ବେସରକାରୀ ନିଯୁକ୍ତିଦାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଲକଡାଉନ ସମୟରେ ଶ୍ରମିକମାନଙ୍କୁ ପାଉଣା ଦେଇପାରିନଥିବା ଘରୋଇ ନିଯୁକ୍ତିଦାତାଙ୍କ ବିରୋଧରେ ଜୁଲାଇ ଶେଷ ପର୍ଯ୍ୟନ୍ତ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ । ଏ ସମ୍ପର୍କିତ ଏକାଧିକ ମାମଲାରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କର୍ମଚାରୀଙ୍କୁ କିଭଳି ସୁବିଧାରେ ସେମାନଙ୍କ ପ୍ରାପ୍ୟ ମିଳିପାରିବ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏନେଇ ସୁଗମ ପଥ ବାହାର କରିବା ଆବଶ୍ୟକ । କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ବୁଝାମଣା ଜରିଆରେ କିଭଳି ଏହି ସମସ୍ୟାର ସମାଧାନ କରିହେବ ସେନେଇ ରାଜ୍ୟ ସରକାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଆଲୋଚନା ମାଧ୍ୟମରେ ଉପଯୁକ୍ତ ରାସ୍ତା ବାହାର କରି ସମ୍ପୃକ୍ତ ଶ୍ରମ କମିଶନରଙ୍କ ନିକଟରେ ସେମାନଙ୍କ ରିପୋର୍ଟ ଦାଖଲ କରିବା ଆବଶ୍ୟକ ବୋଲି ମଧ୍ୟ ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗତ ମାର୍ଚ୍ଚ ୨୯ ତାରିଖର ବିଜ୍ଞପ୍ତିର ଆଇନଗତ ବୈଧତା ନେଇ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ ଆଉ ଚାରି ସପ୍ତାହ ସମୟ ଦେଇଛନ୍ତି । କୋର୍ଟ ଲକଡାଉନ ସମୟରେ କର୍ମଚାରୀଙ୍କୁ ସେମାନଙ୍କ ସଂପୂର୍ଣ୍ଣ ପାଉଣା ଦେବାନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଥିଲା। ଏହା ବିରୋଧରେ ବିଭିନ୍ନ ଶିଳ୍ପ ସଂଘ ପକ୍ଷରୁ ଆବେଦନ କରିଯାଇଥିଲା

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like