ସଚିନ ପାଇଲଟ ଓ ସମର୍ଥକଙ୍କୁ ଆଶ୍ୱସ୍ତି: ସୋମବାର ଯାଏ ଘୁଞ୍ଚିଲା ଶୁଣାଣି

ରାୟପୁର: ସୋମବାର ଯାଏ କଂଗ୍ରେସ ନେତା ସଚିନ ପାଇଲଟ୍ ଓ ସହଯୋଗୀ ୧୮ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି। ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ସୋମବାର ଯାଏ ଘୁଞ୍ଚାଇ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ। ଦଳ ଭିତରେ ବାକ୍ ସ୍ୱାଧିନତାକୁ କୌଣସି ପ୍ରକାରେ ବିଦ୍ରୋହ ବୋଲି ବିବେଚନା କରାଯାଇପାରିବ ନାହିଁ ଦର୍ଶାଇ ପାଇଲଟ ଗୋଷ୍ଠୀ ବାଚସ୍ପତିଙ୍କ ନୋଟିସ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହାର ଶୁଣାଣି ହୋଇଥିଲେ ହେଁ, ସୋମବାର ଦିନ ବିସ୍ତୃତ ଶୁଣାଣି ଲାଗି କୋର୍ଟ ଧାର୍ଯ୍ୟ କରିଛନ୍ତି।

ତେବେ ସେତେଦିନ ଯାଏ ପାଇଲଟ୍ ଗୋଷ୍ଠୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେପଟେ ବାଚସ୍ପତି ସଂପୃକ୍ତ ବିଧାୟକଙ୍କ ବିରୋଧରେ ଖୁବଶୀଘ୍ର ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କଂଗ୍ରେସ କହିଛି।

ବିଧାୟକ ପଦରୁ ବହିଷ୍କାର ନେଇ ବିଧାନସଭା ବାଚସ୍ପତି ସି. ପି. ଯୋଶୀଙ୍କ ନିର୍ଦ୍ଦେଶ ବିରୋଧରେ ସଚିନ ପାଇଲଟ୍ ଓ ତାଙ୍କ ସହ ଥିବା ୧୮ ଜଣ ବିଧାୟକ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯେହେତୁ ଏବେ ବିଧାନସଭା ଅଧିବେଶନ ଚାଲିନାହିଁ, ତେଣୁ ତାଙ୍କୁ ନୋଟିସ ଦିଆଯାଇପାରିବ ନାହିଁ ବୋଲି ଆବେଦନକାରୀ କହିଛନ୍ତି। ଯାହାର ଶୁଣାଣିକୁ ସୋମବାର ଯାଏ ଘୁଞ୍ଚାଇ ଦେଇଛନ୍ତି କୋର୍ଟ।

ସେହିପରି ରାଜସ୍ଥାନର ଅଶୋକ ଗେହଲୋଟଙ୍କ ସରକାରକୁ ଭାଙ୍ଗିବା ଲାଗି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛି କଂଗ୍ରେସ। ପାଇଲଟଙ୍କ ଗୋଷ୍ଠୀରେ ଥିବା ବିଦ୍ରୋହୀ ବିଧାୟକ ଭଅଁରଲାଲ୍ ଶର୍ମା ବିଜେପି ନେତା ସଂଜୟ ଜୈନ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଏ ଷଡ଼ଯନ୍ତ୍ରରେ ସାମିଲ ବୋଲି କଂଗ୍ରେସ ଅଭିଯୋଗ କରିଛି ଦଳ।

ସଂଜୟ ଜୈନଙ୍କୁ ଏସ୍ଓଜିର ଗିରଫରୁ ଏହା ସ୍ପଷ୍ଟ ହୋଇଥିବା କଂଗ୍ରେସ କହିଛି ଅଡିଓ ଟେପ୍ ଆସିବା ପରେ ବିଧାୟକ ଭଁଅରଲାଲ୍ ଏବଂ ବିଶ୍ୱେନ୍ଦ୍ର ସିଂହଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କେସ୍ କରିଛି।

ତେବେ କଂଗ୍ରେସର ଏ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଓ ବିଜେପି ଖଣ୍ଡନ କରିଛନ୍ତି। ସମସ୍ତ ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ଶେଖାଓ୍ୱତ କହିଛନ୍ତି।

ଏସବୁ ଭିତରେ ସଚିନଙ୍କୁ ମନାଇବା ଲାଗି କଂଗ୍ରେସ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି। ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ବାରମ୍ବାର ସଚିନଙ୍କ ସହ କଥା ହୋଇଛନ୍ତି। ଖାଲି ସେତିକି ନୁହଁ, ସଚିନଙ୍କୁ ମନାଇବା ଲାଗି ଦୁଇ ବରିଷ୍ଠ ନେତା ଅହମ୍ମଦ ପଟେଲ ଓ କେ. ସି ବେଣୁଗୋପାଳଙ୍କୁ ଦାୟିତ୍ୱ ଦେଇଛନ୍ତି ପ୍ରିୟଙ୍କା। ତେବେ ସଚିନ ନିଜଆଡୁ ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ଅଭିଷେକ ମନୁ ସିଂଘଭିଙ୍କ ସହ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like