ଯୌନ ନିର୍ଯାତନା ଦେଇ ଜାଳିଦେଇଥିଲେ; କାହାରିଙ୍କୁ ଛାଡ଼ିଲାନି ଦଇବ

ଢାକା:  ପ୍ରଥମେ ଯୌନ ନିର୍ଯାତନା, ପରେ କେସ୍‌ ଉଠାଇ ନେବାକୁ ଧମକାଇବା, ଆଉ ଶେଷରେ ନୁସ୍‌ରତଙ୍କୁ କିରୋସିନ୍‌ ଢାଳି ଜାଳି ମାରିଦେଇ ଆତ୍ମହତ୍ୟାର ରୂପେ ଦେଇ କେସ୍‌କୁ ଦଫାରଫା କରିବାକୁ ଚେଷ୍ଟା କରିବା। ମଣିଷ ମାଂଶ ଖିଆ ଶୈତାନଙ୍କର ଏହିସବୁ କୁକର୍ମକୁ ଦେଖୁଥିଲା ଦଇବ। ଆଉ ଧର୍ମ ନିକିତିରେ ଗୋଟା ଗୋଟା କରି ତଉଲି ଦେଲା ମୃତ୍ୟୁ ଦଣ୍ଡ। ଶେଷରେ ନୁସରତଙ୍କୁ ମିଳିଲା ନ୍ୟାୟ। 

Image result for bangladesh nusrat

ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ତାଙ୍କୁ ଚତୁରତା ସହିତ ଛାତ ଉପରକୁ ଡାକି ପୋଡ଼ି ମାରିଦିଆଯାଇଥିବା ମାମଲାରେ ବାଂଲାଦେଶରେ ଏକ କୋର୍ଟ ୧୬ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ବାଂଲାଦେଶ ରାଜଧାନୀ ଢାକାଠାରୁ ୧୬୦ କିଲୋମିଟର ଦୂର ଫେନି ସହରର ଏହି ଘଟଣା ଘଟିଥିଲା। ଏଠାରେ ୧୯ ବର୍ଷ ବୟସର ନୁସରତ୍‌ ଜହାଁ ରାଫିଙ୍କୁ ଏଭଳି ନିର୍ମମ  ହତ୍ୟା କରାଯାଇଥିଲା। ନୁସରତଙ୍କ ମୁଖ୍ୟ ଶିକ୍ଷକ ଏବଂ ତାଙ୍କର ୨ ଜଣ ସହପାଠୀ ମଧ୍ୟ ଏହି ମାମଲାର ଅଭିଯୁକ୍ତ।

Image result for bangladesh nusrat

ଏହି ଘଟଣା ପରେ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା। ବିଭିନ୍ନ ମହଲରେ ନ୍ୟାୟ ପାଇଁ ଦାବି କରାଯାଇଥିଲା। ଏହାପରେ ତ୍ୱରିତ ଉପାୟରେ ଏହି ମାମଲାର ଶୁଣାଣି ସରିଥିଲା। ତେବେ ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ବିକ୍ଷୋଭକାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବାଂଲାଦେଶୀ ସରକାରୀ ଓକିଲ ହାଫିଜ୍‌ ଅହମ୍ମଦ ଏହି ରାୟକୁ ନେଇ ଖୁସି ବ୍ୟକ୍ତି କରିବା ସହିତ ହତ୍ୟା କରି କେହି ଖସିଯିବେନି ବୋଲି ପ୍ରମାଣିତ ହୋଇଛି ବୋଲି କହିଛନ୍ତି। ତେବେ ପ୍ରତିପକ୍ଷ ଓକିଲ କହିଛନ୍ତି ଉପରିସ୍ଥ କୋର୍ଟରେ ଏହା ବିରୋଧରେ ଆବେଦନ କରିବେ।

Image result for bangladesh nusrat

ତଦନ୍ତରୁ ଜଣାପଡ଼ିଥିଲା, ତାଙ୍କୁ ଚୁପ୍‌ କରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା। ଏଥିରେ ତାଙ୍କର ସହପାଠୀ ଏବଂ ତାଙ୍କ ସମ୍ପ୍ରଦାୟର ବହୁ କ୍ଷମତାଶାଳୀ ବ୍ୟକ୍ତି ସାମିଲ ଥିଲେ। ୩ ଜଣ ଶିକ୍ଷକ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏତଦ୍‌ବ୍ୟତୀତ ପ୍ରଥମେ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇ ହାଜତ ଭିତରୁ ନୁସରତ୍‌ଙ୍କ ହତ୍ୟା ଆଦେଶ ଦେଇଥିବା ମୁଖ୍ୟ ଶିକ୍ଷକ ସିରାଜ ଉଦ୍‌ ଦୌଲା ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି।

Image result for bangladesh nusrat

ଯୌନ ନିର୍ଯାତନା ଘଟଣା ପରେ ନୁସରତ୍‌ଙ୍କୁ ଥାନାକୁ ଯିବାକୁ ସମର୍ଥନ ଦେଇଥିବା ତାଙ୍କ ପରିବାର ଏବେ ପୁଲିସ୍‌ ସୁରକ୍ଷାରେ ଅଛନ୍ତି। ସେମାନଙ୍କ ଜୀବନକୁ ଭୟ ରହିଥିବା ନେଇ ନୁସରତ୍‌ଙ୍କ ଭାଇ ମହମ୍ମୁଦୁଲ ହାସନ୍‌ ନୋମାନ୍‌ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆପଣମାନେ ଜାଣିଛନ୍ତି ସେମାନେ ମୋତେ କୋର୍ଟରୁମ୍‌ ଭିତରେ ଧମକାଇଥିଲେ। ଆମ ସୁରକ୍ଷା ନିଶ୍ଚିତ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ ପୁଲିସ୍‌ ମୁଖ୍ୟଙ୍କ ନିକଟରେ ଦାବି କରୁଛି।

 

ବିଚାରପତି ଏହି ରାୟ ଶୁଣାଇବା ପରେ କିଛି ଦୋଷୀ ଲୁହ ଗଡ଼ାଇଥିଲେ ଏବଂ ଅନ୍ୟ କେତେଜଣ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଥିବା ଚିତ୍କାର କରିଥିଲେ। ସୂଚନାଯୋଗ୍ୟ ଯେ, ଏଭଳି ମାମଲାରେ ବାଂଲାଦେଶରେ ଖସିଯିବାର ହାର ବହୁତ। ଏପରିକି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥାଏ ବୋଲି ବିବିସିର ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ଏହି ଅଭିଯୁକ୍ତମାନେ ମଧ୍ୟ ନୁସରତଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିଲେ।

You might also like