• translate
Pramod Behera

ନୂଆଦିଲ୍ଲୀ : ସଂସଦରେ ପହଞ୍ଚିଲା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ବିବାହ ବିବାଦ। ଏପରିକି ନୁସରତଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି ହୋଇଛି । ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି ଉଠାଇଛନ୍ତି । ନୁସରତଙ୍କ ଆଚରଣ ସାମାଜିକ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି।

ସଂଘମିତ୍ରା କହିଛନ୍ତି ନୁସରତଙ୍କ ବୈବାହିକ ଜୀବନରେ ହସ୍ତକ୍ଷେପ କରିବା ଉଚିତ ନୁହେଁ, କିନ୍ତୁ ବିବାହ ସମ୍ପର୍କରେ ଭ୍ରମାତ୍ମକ ସୂଚନା ଦେଇ ନୁସରତ ଭୋଟରଙ୍କୁ ଧୋକା ଦେଇଛନ୍ତି । ସେ ଜାଣିଶୁଣି ସଂସଦରେ ଭୁଲ୍ ତଥ୍ୟ ଦେଇଛନ୍ତି । ତେଣୁ ଏହା ସଂସଦର ମର୍ଯ୍ୟାଦାହାନୀ ସହ ସମାନ ବୋଲି ସଂଘମିତ୍ରା ଚିଠିରେ କହିଛନ୍ତି।

Source : Hindustan-Times

ଏହି ମାମଲାକୁ ସଂସଦର ଏଥିକ୍ସ କମିଟିକୁ ପଠାଇବା ଆବଶ୍ୟକ ବୋଲି ବିଜେପି ସାଂସଦ କହିଛନ୍ତି । ଏଥିସହ ଯଥାଶୀଘ୍ର ଯାଂଚ କରାଯାଇ ନୁସରତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ସୂଚନା ମୁତାବକ ନୁସରତ୍ କଥିତ ରୂପେ ୨୦୧୯ରେ ତୁର୍କିର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଏବେ କିନ୍ତୁ ନୁସରତ ଏହି ବିବାହକୁ ନେଇ ଭିନ୍ନ ମତ ରଖିଛନ୍ତି।

ନିଖିଲ ଜୈନଙ୍କୁ ବିବାହ ପରେ ବଙ୍ଗଳାର ମୌଲାନାମାନେ ତାଙ୍କ ବିରୋଧରେ ଏକ ଫତୱା ବାହାର କରିଥିଲେ, ଏହା ସହିତ ସଂସଦରେ ସିନ୍ଦୁର ପିନ୍ଧି ପହଞ୍ଚିବା ନେଇ ବିବାଦ ହୋଇଥିଲା। ତେବେ ନିକଟରେ ନୁସରତ ଜାହାଁ ଏବଂ ନିଖିଲ ଜୈନଙ୍କ ମଧ୍ୟରେ ସବୁକିଛି ଠିକ୍ ନ ଥିବା ଖବର ସାମ୍ନାକୁ ଆସିଛି।

ନୁସରତ କହିଛନ୍ତି ଯେ ଏହି ବିବାହ ବିଦେଶୀ ମାଟିରେ ହୋଇଥିଲା, ତେଣୁ ଏହି ବିବାହର କୌଣସି ଅର୍ଥ ନାହିଁ। ଏଭଳି ପରିସ୍ଥିତିରେ ଛାଡପତ୍ରର କୌଣସି ଆବଶ୍ୟକତା ନାହିଁ, ଯେତେବେଳେ ନିଖିଲ ଜୈନଙ୍କ ଦ୍ୱାରା ଘରର ଋଣ ଏବଂ ଅନ୍ୟାନ୍ୟ କଥା ସାମ୍ନାରେ ରଖା ଯାଇଥିଲା। ତେବେ ବିବାହ ବିବାଦ ମଧ୍ୟରେ ନୁସରତ ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା।

Other Stories