କରୋନା ବ୍ୟାପିବା ପାଇଁ ନର୍ସଙ୍କୁ ଦାୟୀ କଲେ, ପିଟିଲେ

ଲଣ୍ଡନ: ଗୋଟିଏ ପଟେ ସାରା ବିଶ୍‌: କରୋନା ଭାଇରସ ସହ ଲଢୁଛି । କରୋନା ଭାୟରେ ଲୋକେ ଘରୁ ବାହାରୁ ନାହାନ୍ତି । ହେଲେ ଡାକ୍ତର ଏବଂ ମେଡିକାଲ ଟିମ୍‌ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଏମାନଙ୍କ କାର୍ଯ୍ୟଦକ୍ଷତା, ସେବା ପ୍ରତି ବି ଲୋକେ ଆଙ୍ଗୁଳି ଦେଖାଉଛନ୍ତି । ଉଙଠଓଊ ୧୯ ପୀଡିତ ରୋଗୀଙ୍କ ଚିକିତ୍ସା କରୁଥିବା ବ୍ରିଟେନର ନର୍ସଙ୍କୁ ସେଠିକାର ଲୋକେ ସମ୍ମାନ ଦେବା ବଦଳରେ ଗାଳି ଦେଉଛନ୍ତି । ଏମାନେ ରୋଗ ପ୍ରସାର କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ସୂଚନାଥାଉ କି, ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୫୦୧୮ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୨୩୩ଜଣଙ୍କର ମୃତ୍ୟୁ ଘଟିଛି ।
ରୟାଲ କଲେଜ ଅଫ ନର୍ସିଂ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟ, ଏଠାରେ ନର୍ସମାନଙ୍କୁ ଗାଳି ଦିଆଯାଉଛି । ଏପରିକି କେତେକ ନର୍ସଙ୍କ ଉପରକୁ ଲୋକେ ଛେପ ପକାଉଛନ୍ତି । ସେମାନଙ୍କୁ ‘ରୋଗ ବାଣ୍ଟୁଥିବା ଲୋକ’ ବୋଲି ସ୍ଥାନୀୟ ଲୋକେ ଆକ୍ଷେପ କରୁଛନ୍ତି । ଟ୍ରେଡ ୟୁନିୟନର ଡାଇରେକ୍ଟର ସୁମନ୍‌ ମାଷ୍ଟର୍ସ କହିଛନ୍ତି, ନାଶନାଲ ହେଲ୍‌୍‌ଥ ସର୍ଭିସର ଷ୍ଟାଫ ଏ ନେଇ ଅଭିଯୋଗ କରିବା ସହ ଏପରି ବ୍ୟବହାର ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ସେମାନେ ଆହୁରି କହିଛନ୍ତି, ନର୍ସମାନେ ଏପରି ସମୟରେ ନିଆଁରେ ଚାଲି ସମାଜର ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି । ସୁମନଙ୍କ କହିବା ଅନୁଯାୟୀ, ଯେତେବେଳେ ପ୍ରତ୍ୟେକ କରୋନା ରୋଗୀଙ୍କ ଠାରୁ ଦୂରେଇ ଯାଉଛନ୍ତି, ସେତେବେଳେ ନର୍ସମାନେ ହିଁ ରୋଗୀଙ୍କ ପାଖେ ପାଖେ ରହି ତାଙ୍କର ସେବା କରୁଛନ୍ତି । ତେଣୁ ଲୋକଙ୍କୁ ବୁଝିବାକୁ ପଡ଼ିବ ଯେ, ଏପରି ବିପତ୍ତି ସମୟରେ ନର୍ସମାନଙ୍କର ଉପସ୍ଥିତି କେତେ ଜରୁରି ।
ସୂଚନାଥାଉ କି, ଗତ ସପ୍ତାହରେ ଜଣେ ନର୍ସ କାମରୁ ଫେରୁଥିବାବେଳେ ଏକ ଦମ୍ପତ୍ତି ତାଙ୍କୁ ଗାଳି ଦେବା ସହ ମାରପିଟ କରିଥିଲେ । ଏହାର ଭିଡିଓ ଫେସ ବୁକ୍‌ରେ ଶେୟାର କରାଯାଇଥିଲା ଯାହା ଭାଇରାଲ ହୋଇଥିଲା ।

You might also like