ଦେଶରେ ୨୫ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫, ୦୦୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଶନିବାର ୨୫ ଲକ୍ଷ ପାର କରିଛି। ଏଥିସହିତ  ଦେଶରେ ୨୪ ଘଣ୍ଟାରେ ୯୯୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ ଛୁଇଁଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୯, ୦୩୬କୁ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଦେଶରେ ବର୍ତ୍ତମାନସୁଦ୍ଧ ଆକ୍ଟିଭ କେସ ଅଛି ୬ ଲକ୍ଷ ୬୮ ହଜାର ୨୨୦। ୧୮ ଲକ୍ଷ ୮ ହଜାର ୯୩୬ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଫେରିଲେଣି।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଠାରେ ମୃତକଙ୍କ ସଂଖ୍ୟା ୧୯, ୪୨୭ ଥିବାବେଳେ ଦିଲ୍ଲୀରେ ମୃତକଙ୍କ ସଂଖ୍ୟା ରହିଛି୪, ୧୭୮। ସେହିପରି କର୍ଣ୍ଣାଟକରେ ମୃତ୍ୟୁ ହାର ୩, ୭୧୭ ଥିବାବେଳେ ଗୁଜରାଟରେ ୨, ୭୪୬ ରହିଛି।

ଆହୁରି ପଢ଼ନ୍ତୁ

You might also like