ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବଢିଲା ସୁରକ୍ଷା

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷା ବଢିଲା। କାରଣ, ଡୋଭାଲ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ, NSA ଅଜିତ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିଛି। ପାକିସ୍ତାନ ସୋପିଆନ୍ ବାସିନ୍ଦା ଜୈସ ଆତଙ୍କବାଦୀ ହିଦାୟତୁଲ୍ଲା ମଲ୍ଲିକଙ୍କୁ ସୁରକ୍ଷା କର୍ମୀ ଫେବ୍ରୁଆରୀ ୬ ତାରିଖରେ ଜମ୍ମୁର ଅନନ୍ତନାଗରୁ ଗିରଫ କରିଥିଲେ।

ସୁରକ୍ଷାକର୍ମୀ ତାଠାରୁ ଡୋଭାଲଙ୍କ ଅଫିସ ସମ୍ପର୍କିତ ଏକ ଭିଡିଓ ପାଇଥିଲେ। ଏହି ଭିଡିଓରେ ଆତଙ୍କବାଦୀ, ଡୋଭାଲଙ୍କ ଅଫିସର ରେକି କରିଥିଲେ। ଖାଲି ସେତିକି ନୁହେଁ, ପଚରାଉଚରା ବେଳେ ମଲ୍ଲିକ ସ୍ୱୀକାର କରିଛି ଯେ, ପାକିସ୍ତାନ ହ୍ୟାଣ୍ଡଲରଠାରୁ ନିର୍ଦ୍ଦେଶ ପାଇ ସେ ଡୋଭାଲଙ୍କ ଅଫିସର ରେକି କରି ଭିଡିଓ ପ୍ରସ୍ତୁତ କରିଥିଲା।

ଭିଡିଓରେ ମଲ୍ଲିକ ଡୋଭାଲଙ୍କୁ କୋଡ୍ ୱାର୍ଡରେ ଡର ବୋଲି କହୁଥିଲା। ଏହି ଭିଡିଓ ଗତବର୍ଷ କରାଯାଇଛି। ମେ ୨୪, ୨୦୧୯ରେ ଇଣ୍ଡିଗୋ ବିମାନରେ ଶ୍ରୀନଗରରୁ ଦିଲ୍ଲୀ ଆସିଥିଲା। ମଲ୍ଲିକ ବିମାନ ବନ୍ଦରରେ CISFର ସୁରକ୍ଷା ବ୍ୟବସ୍ଥା ସହ ଡୋଭାଲଙ୍କ ଅଫିସର ପୁରା ଭିଡିଓ ପ୍ରସ୍ତୁତ କରିଥିଲା। ଏଥିସହ ସର୍ଦ୍ଦାର ପଟେଲ ଭବନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଭିଡିଓ ପ୍ରସ୍ତୁତ କରି ହ୍ୱାଟସ୍ଆପ୍‌ରେ ପାକିସ୍ତାନ ପଠାଇଥିବା ସୁରକ୍ଷାକର୍ମୀଙ୍କ ଆଗରେ ସ୍ୱୀକାର କରିଛି ମଲ୍ଲିକ।

ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ସହଯୋଗୀ ସଂଗଠନ ଲସ୍କର-ଏ-ମୁସ୍ତାଫାର ମୁଖ୍ୟ ହେଉଛି ହିଦାୟତୁଲ୍ଲା ମଲ୍ଲିକ। ଡୋଭାଲଙ୍କ ଅଫିସ ସମେତ ଭାରତ-ପାକ୍ ସୀମା ସାମ୍ବା ସେଣ୍ଟରର ମଧ୍ୟ ରେକି କରିଛି ମଲ୍ଲିକ। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ୨୦୧୯ ବାଲାକୋଟ୍ ଆକ୍ରମଣ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପାକ୍ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି।

You might also like