ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ନୂଆଦିଲ୍ଲୀ:   ପୂର୍ବ ଲଦାଖରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ଗତ କିଛି ମାସ ଧରି ଉତ୍ତେଜନା ଲାଗି ରହିଛି। ପରିସ୍ଥିତିକୁ ଦେଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଚୀନ୍‌ ଭର୍ତ୍ସନା କରିଛନ୍ତି। ଇଶାରାରେ ଚୀନୀରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି।

ଶତ୍ରୁ ଦେଶକୁ ଚେତାବନୀ ଦେଇ କହିଛନ୍ତି, ଯଦି ଦେଶ ପ୍ରତି କୌଣସି ବିପଦ ଆସେ, ତା ହେଲେ ତାର ଦୃଢ଼ ଜବାବ ଦିଆଯିବ ବୋଲି ଡୋଭାଲ ଚେତାବନୀ ଦେଇଛନ୍ତି।  ବିଜୟାଦଶମୀ ଅବସରରେ ଉତ୍ତରାଖଣ୍ଡର ଋଷିକେଶରେ ଏକ ଧାର୍ମିକ କାର୍ଯ୍ୟରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି ।

ସେ କହିଛନ୍ତି, ଇତିହାସ ଜାଣିଛି, ଭାରତ କେବେ କୌଣସି ଦେଶ ଉପରେ ଆକ୍ରମଣ କରେ ନାହିଁ। ତେବେ ଏକଥା ସତ ଯେ, ଯଦି ବିପଦ ଆସେ ତେବେ ଆକ୍ରମଣ ନିଶ୍ଚୟ କରାଯିବ। ଦେଶର ସୁରକ୍ଷା ପାଇଁ ଯଦି ଆବଶ୍ୟକ ପଡ଼େ ଭାରତ କେବେ ବି ଲଢ଼ିବା ଲାଗି ପଛଘୁଞ୍ଚା ଦେବ ନାହିଁ ।

ଡୋଭାଲ କହିଛନ୍ତି, ଆମେ ଯୁଦ୍ଧ କରିବୁ। ଆମ ଜମି ଉପରେ ଯୁଦ୍ଧ କରିବୁ। ବାହାରେ ମଧ୍ୟ କରିବୁ। କିନ୍ତୁ ଆମ ନିଜ ସ୍ୱାର୍ଥ ପାଇଁ ନୁହେଁ। ଭାରତ ଏକ ସଭ୍ୟ ଦେଶ। ଅନାଦିକାଳରୁ ତାହାର ସ୍ଥିତି ରହିଛି। ଭାରତର ପ୍ରାଚୀନ ଜ୍ଞାନ ବିଜ୍ଞାନ ବିଷୟରେ ସାରା ଦୁନିଆ ଜାଣିଛି। ଭାରତ ସବୁବେଳେ ଏଇ ପୃଥିବୀକୁ ବସୁଧୈବ କୁଟୁମ୍ବକମ୍‌ ମାନ୍ୟତା ଦେଇ ଆସିଛି ଏବଂ ମଣିଷକୁ ଭଗବାନଙ୍କ ଅଂଶ ବୋଲି ମାନି ଆସିଛି।

ଅନ୍ୟପକ୍ଷେ ଡୋଭାଲଙ୍କ ବୟାନ  ଉପରେ ସରକାରଙ୍କ ପକ୍ଷରୁ ସଫେଇ ଦେଇ କୁହାଯାଇଛି, ଏନଏସ୍‌ଏର ବୟାନ ଚୀନକୁ ନେଇ ଦିଆଯାଇ ନାହିଁ। ପରନ୍ତୁ ଏହା ଭାରତର ଆଧ୍ୟାତ୍ମିକ ବିଚାର ଉପରେ ଦିଆଯାଇଛି। ଡୋଭାଲଙ୍କର ବାର୍ତ୍ତାରେ ସ୍ପଷ୍ଟ କୁହାଯାଇଛି, ଭାରତ କୌଣସି ଦେଶକୁ ଡରେନି। ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ସ୍ଥିତିସହ ମୁକାବିଲା କରିବାକୁ ପ୍ରସ୍ତୁତ।

 

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like