ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ୍ କରି ଯୌତୁକ ଦାବି କଲା ସ୍ୱାମୀ, ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ତ୍ରୀ

NRI ସ୍ୱାମୀର ନାରକୀୟ କାଣ୍ଡ : ହନିମୁନରେ ସ୍ତ୍ରୀର ଅଶ୍ଳୀଳ ଭିଡିଓ ସୁଟ କରି ଯୌତୁକ ଦେବାପାଇଁ ବ୍ଲାକମେଲ କଲା ଅଭିଯୁକ୍ତ, ନିର୍ଯାତନା ସହିନପାରି ରଶି ଲଗାଇ ଆତ୍ମହତ୍ୟା କଲେ ନବବିବାହିତା

ଫରିଦାବାଦ : NRI ସ୍ୱାମୀର ନାରକୀୟ କାଣ୍ଡ । ସାତ ଜନମର ସାଥୀ ହେବା ପାଇଁ କଥା ଦେଇ ନବ ବିବାହିତାଙ୍କୁ ପ୍ରତାରିତ କଲା ସଇତାନ୍ ସ୍ୱାମୀ । ହରିୟାଣାର ଫରିଦାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଯୌତୁକ ଲୋଭରେ ନିଜର କର୍ତ୍ତବ୍ୟ ଭୁଲିବା ସହ ସବୁ ସୀମା ପାର୍ କରିଛି । ଆମେରିକାରେ ଘର ଓ ଗାଡ଼ି ନଦେଲେ ହନିମୁନ ଯାଇଥିବା ସମୟରେ ସୁଟ୍ କରିଥିବା ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଉଥିଲା । ଫଳରେ ବିବାହର କିଛି ଦିନ ପରେ ହିଁ ସ୍ୱାମୀର ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛି ସ୍ତ୍ରୀ ।

ନବବିବାହିତଙ୍କ ନାମ ମେଘା । ତାଙ୍କ ବାପା ଫରିବଦାବାର ସେକ୍ଟର ୨୨ର ବାସିନ୍ଦା । ୧୫ ମାର୍ଚ୍ଚ ୨୦୨୧ରେ ଫରିଦାବାଦ ସେକ୍ଟର ୧୫ ନିବାସୀ ଅଚଲ କେସରିଆ ନାମକ ଯୁବକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମେଘା । ଅଚଳ ବିଗତ କିଛି ବର୍ଷ ଧରି ଆମେରିକାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବିବାହ ସମୟରେ ମେଘାଙ୍କୁ ଅନେକ ସ୍ୱପ୍ନ ଦେଖାଇଥିଲା  ଅଭିଯୁକ୍ତ । ହେଲେ ମେଘାକୁ ଜଣାନଥିବା ମିଠା ମିଠା କଥାରେ ଧୋକା ଦେଉଛି ଭାବି ସ୍ୱାମୀ । ତେବେ ପାରୁପର୍ଯ୍ୟନ୍ତ ନିଜ ସାଧ୍ୟ ମତେ ମେଘାଙ୍କ ବାପା ଯାନିଯଯୌତୁକ ଦେଇ ଧୁମଧାମରେ ଝିଅ ବାହାଘର କରିଥିଲେ । ଏକ ମାସ ପର୍ଯ୍ୟନ୍ତ ସବୁ ଠିକଠାକ୍ ଚାଲିଲା । ହେଲେ ବଡ଼ ବଡ଼ ସ୍ୱପ୍ନ ଦେଖାଇଥିବା ପ୍ରତାରକ ସ୍ୱାମୀ ବିବାହର ମାତ୍ର ଦେଢ଼ ମାସରେ ନିଜ ରଙ୍ଗ ଦେଖାଇବା ଆରମ୍ଭ କରିଦେଲା ।

ତେବେ ବିବାହ ପରେ ହନିମୁନରେ ଯାଇଥିଲେ ସ୍ୱାମୀସ୍ତ୍ରୀ । ଆଉ ସେଠାରେ ମେଘାଙ୍କ ଅଜାଣତରେ ତାଙ୍କର ଅଶ୍ଳୀଳ ଭିଡିଓ ସୁଟ୍ କରିଥିଲା ଅଭିଯୁକ୍ତ ଅଚଳ । ଏବଂ ଘରେ ପହଞ୍ଚିବା ପରେ ଆମେରିକାରେ ଘର ଓ ଗାଡ଼ି କିଣିବାକୁ ଟଙ୍କା ଦରକାର କହି ମେଘାକୁ ନିଜ ବାପାଙ୍କୁ ଫୋନ୍ କରିବାକୁ କହିଥିଲା । ଏବଂ ଘରୁ ଟଙ୍କା ନଆଣିଲେ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେବାରେ ଲାଗିଲା । ଏହି ଘଟଣା ସମ୍ପର୍କରେ ବାପାଙ୍କୁ କାନ୍ଦି କାନ୍ଦି କହିଥିଲେ ମେଘା । ଏହାରି ଭିତରେ ସ୍ୱାମୀର ନିର୍ଯାତନା ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଥିଲା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଆରମ୍ଭ କରିଦେଇଥିଲା ଅଚଳ ।

ଶେଷରେ ନିର୍ଯାତନା ଅସହ୍ୟ ହେବାକୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ମେଘା । ସେପଟେ ଏକମାତ୍ର ଅଳିଅଳି ଝିଅକୁ ହରାଇ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ମେଘାଙ୍କ ପରିବାର ଲୋକ । ଝିଅ ଯେପରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି, ଅଭିଯୁକ୍ତକୁ ମଧ୍ୟ ସେହିପରି ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି କହିଛନ୍ତି ମେଘାର ବାପା ।

You might also like