କରୋନା ମୁକାବିଲା: ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ NPPAର ଗାଇଡ୍‌ ଲାଇନ୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି। ନ୍ୟାସ୍ନାଲ୍ ଫାର୍ମାସିୟୁଟିକାଲ୍ସ ପ୍ରାଇସିଂ ଅଥରିଟି-NPPA ଏଭଳି ଗାଇଡ୍ଲାଇନ୍ ଜାରି କରିଛନ୍ତି।

କରୋନା ପ୍ରତିକାର ପାଇଁ ବ୍ୟବସ୍ଥା ସ୍ୱରୂପ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ଯେପରି ଦୋକାନରେ ଉପଲବ୍ଧ ହେବ, ଏବଂ ଲୋକେ କିପରି ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ମ୍ୟାନ୍ ପାଓ୍ୱାର ବଢ଼ାଇ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର୍ ମହଜୁଦ୍ ରଖିବା ଏବଂ ଔଷଧ ଏବଂ ଔଷଧୀୟ ସାମଗ୍ରୀ ଠିକ୍ ସମୟରେ ଯୋଗାଇବାକୁ NPPA କହିଛି।

You might also like