ଏଣିକି ଉମଙ୍ଗ ଆପ୍‌ରେ ମିଳିବ ପାଣିପାଗ ସୂଚନା

ନୂଆଦିଲ୍ଲୀ: ଏଣିକି ଉମଙ୍ଗ ଆପ୍(UMANG App)‌ ମାଧ୍ୟମରେ ଘରେ ବସି ପାଇପାରିବେ ପାଣିପାଗ ସମ୍ପର୍କିତ ସୂଚନା। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଡିିଜିଟାଲ୍‌ ଇଣ୍ଡିଆ ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯିବ।

ଏହି ଆପ୍‌ ମାଧ୍ୟମରେ ନିଜ ସହରର ତାପମାତ୍ରା, ଆର୍ଦ୍ରତା, ବର୍ଷାର ପରିମାଣ ଓ ପବନ ବେଗ ସମ୍ପର୍କରେ ଜାଣିପାରିବେ।

୧୫୦ଟି ସହରର ପାଣିପାଗ ବିଷୟରେ ଦିନକୁ ୮ଥର ସୂଚନା ଦିଆଯିବ। ୪୫୦ଟି ସହରରେ ଗତ ୨୪ ଘଣ୍ଟା ଓ ଆଗାମୀ ୭ ଦିନ ପର୍ଯ୍ୟନ୍ତ କିପରି ପାଗ ରହିବ ସେ ନେଇ ମଧ୍ୟ ସୂଚନା ଦିଆଯିବ। ଏଥିସହ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଚନ୍ଦ୍ର ଉଦୟ ଓ ଚନ୍ଦ୍ର ଅସ୍ତ ସମ୍ପର୍କରେ ମଧ୍ୟ ସୂଚନା ମିଳିବ।

୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ଉମଙ୍ଗ ଆପ୍‌ର ଉନ୍ମୋଚନ ହୋଇଥିଲା।

You might also like