ଆଉ ଦୁଇ ମାସ ପରେ ମିଳିବ କରୋନା ଔଷଧ !

ନୂଆଦିଲ୍ଲୀ:ଏମ୍‌ସ ଡାଇରେକ୍ଟର ରଣଦୀପ ଗୁଲେରିଆ  ଅନଲକ୍‌ ୧.୦କୁ ନେଇ ଚେତାବନୀ ଦେଇଛନ୍ତି। ଲକ୍‌ଡଉନ ଖୋଲିବା ମାତ୍ରେ ସୋଶାଲ ଡିଷ୍ଟାନ୍ସିଂ ରହୁନି। ଲୋକେ ସଚେତନ ହେଉ ନାହାନ୍ତି। କରୋନା ବି କାୟା ବିସ୍ତାର କରି ଚାଲିଛି। କରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମୃତ୍ୟୁ ହାର କମାଇବାକୁ ପଡ଼ିବ। ବର୍ତ୍ତମାନର ସମୟ ସବୁଠାରୁ କଠିନ। ହଠାତ୍‌ ଲୋକ ବାହାରକୁ ଆସିଯିବା ପରେ ସଂକ୍ରମଣର ମାତ୍ରା ବଢିଯାଇଛି।

ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ପଜିଟିଭ ବାହାରୁଛନ୍ତି। ଭାରତର ଜନସଂଖ୍ୟା ଦୃଷ୍ଟିରୁ ଯଦି ଏପରି ଭାବେ ପଜିଟିଭ ସଂଖ୍ୟା ବୃଦ୍ଧି ପାଏ ତେବେ ପରିଣତି ଭୟଙ୍କର ହେବ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ତେବେ ସାଂପ୍ରତିକ ଦୃଷ୍ଟିରୁ ଦେଖିଲେ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି କିପରି ମୃତ୍ୟୁ ହାର କମାଇବା। ମୃତ୍ୟୁ ହାର କମିଲେ କରୋନାକୁ ନିୟନ୍ତ୍ରଣ କରିହେବ। ମୃତ୍ୟୁ ହାର କମ୍‌ ହେବ ସହ ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ଭୟ କରିବାର ବିଶେଷ କିଛି ନାହିଁ ବୋଲି ଡାକ୍ତର କହିଛନ୍ତି। ତଥାପି ଭାରତରେ ମୃତ୍ୟ ହାର ନିୟନ୍ତ୍ରଣରେ ଅଛି ବୋଲି ଡାକ୍ତର କହିଛନ୍ତି।

ଡାକ୍ତର ଗୁଲେରିଆ ହାଇଡ୍ରୋକ୍ଲୋରୋକୁଇନ୍‌ ଉପରେ ଟିପ୍ପଣୀ ଦେଇ କହିଛନ୍ତି, ଏହା ଉପରେ ଅଧିକ ଅଧ୍ୟୟନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ିଛି, HCQ ଲାଭଦାୟକ ଏବଂ ନିରାପଦ ଔଷଧ ଭାବେ କାମ କରୁଛି। ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ କମ୍‌। ଯେଉଁମାନେ ଏହି ଔଷଧ ଖାଇଛନ୍ତି ସେମାନଙ୍କ ପାଖରେ କରୋନା ଭାଇରସ ଲକ୍ଷଣ କମ୍‌ ଦେଖିବାକୁ ମିଳୁଛି। ତେବେ ଏ ନେଇ ଗବେଷକମାନେ କୌଣସି ସଠିକ ପ୍ରମାଣ ପାଇନାହାନ୍ତି।

ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଗୁଲେରିଆ କହିଛନ୍ତି, ଗରମ ସହ କୋଭିଡ-୧୯ର କୌଣସି ସମ୍ପର୍କ ନାହିଁ। ଏହି ମହାମାରୀ କିଛି ଦିନ ପାଇଁ ଏପରି ତାଣ୍ଡବ ରଚିବ। ଭାକ୍ସିନ ବାହାରିବା ପାଇଁ ଆହୁରି ସମୟ ଦରକାର। ଚଳିତବର୍ଷ ଶେଷ କିମ୍ବା ଆସନ୍ତାବର୍ଷ ଆରମ୍ଭ ବେଳକୁ ହୁଏତ ଭାକ୍ସିନ ଆସିଯାଇ ପାରେ। ତେବେ ଆଗାମୀ ଦୁଇ-ତିନି ମାସ ମଧ୍ୟରେ ଔଷଧ ଆସିଯିବ ବୋଲି ଡାକ୍ତର ଗୁଲେରିଆ ଆଶ୍ୱାସନା ଦେଇଛନ୍ତି।

ତେବେ ବର୍ତ୍ତମାନ ପରିସ୍ଥିତିରେ ଡାକ୍ତର ଗୁଲେରିଆ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି। କଟନ୍‌ ମାସ୍କ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେବା ସହ ଏହାକୁ ସବୁବେଳେ ପିନ୍ଧିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ଦେଶରେ ୬୨ ଲକ୍ଷ ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ନିକଟତର

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

You might also like