ମେ‘ ୧୫ରୁ ସ୍ପେଶାଲ ଟ୍ରେନ ପାଇଁ ଜାରି ହେବ ୱେଟିଂ ଟିକେଟ୍‌

ନୂଆଦିଲ୍ଲୀ: ସ୍ପେଶାଲ ଏସି ଟ୍ରେନ୍‌ ପାଇଁ ରେଲୱେ ପକ୍ଷରୁ  ଶୁକ୍ରବାରଠାରୁ ୱେଟିଂ ଟିକେଟ ବୁକିଂ ହେବ । ସେତିକି ନୁହେଁ, ରେଳ ଯାତ୍ରୀଙ୍କ ସୁବିଧା ପାଇଁ ବିଭାଗ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି, ଯେଉଁଥିରେ ସ୍ଲିପର କୋଚ ମଧ୍ୟ ରହିବ। ବର୍ତ୍ତମାନ ଦିଲ୍ଲୀରୁ ଅଲଗା ଅଲଗା ସହରକୁ ୧୫ ସ୍ୱତନ୍ତ୍ର ଟ୍ରେନ ଚାଲୁଛି ଯେଉଁଥିରେ ସ୍ଲିପର କୋଚ ନାହିଁ।

ମେ’ ୧୫ ତାରିଖ ଅର୍ଥାତ୍‌ ଶୁକ୍ରବାରଠାରୁ ଆପଣ IRCTC ୱେବସାଇଟ୍‌ କିମ୍ବା ଆପ୍‌ରେ ଟିକେଟ ବୁକିଂ କରିବାକୁ ଯଦି  ଚାହୁଁଛନ୍ତି ତେବେ ୱେଟିଂ ଟିକେଟ ମିଳିବ। ବର୍ତ୍ତମାନ ସୁଦ୍ଧା କେବଳ କନ୍‌ଫର୍ମ ଟିକେଟ ବୁକିଂ ହେଉଥିଲା। ଏହି ସ୍ପେଶାଲ ଟ୍ରେନ୍‌ରେ ୱେଟିଂ ଲିଷ୍ଟ ଟିକେଟ୍‌ ୨୨ ମେ’ କିମ୍ବା ଏହା ପରେ ଚାହୁଁଥିବା ଯାତ୍ରୀଙ୍କୁ ମିଳିବ। 3AC ରେ ସର୍ବାଧିକ ୧୦୦ ୱେଟିଂ ଟିକେଟ ଏବଂ 2ACରେ ୫୦ ଏବଂ ଏକ୍‌ଜ୍ୟୁକିଟିଭ କ୍ଲାସ ଏବଂ 1AC ରେ ସର୍ବାଧିକ ୨୦-୨୦ୱେଟିଂ ଟିକେଟ ଜାରି କରାଯିବ।

ତେବେ ଏଠାରେ କହି ରଖିବୁ, ୱେଟିଂ ଟିକେଟରେ ରେଳ ଯାତ୍ରା ପାଇଁ ଅନୁମତି ମିଳିବ ନାହଁ।  ଚାର୍ଟ ପ୍ରସ୍ତୁତ ହେବା ପୂର୍ବରୁ ଯେଉଁ ୱେଟିଂ ଟିକେଟ କନ୍‌ଫର୍ମ ହେବ ସେହିମାନେ ହିଁ ରେଳଯାତ୍ରା କରିପାରିବେ।

ରେଳବାଇ ପକ୍ଷରୁ ଏକଥା ସ୍ପଷ୍ଟ କରାଯାଇଛି, ଶେଷ ମୁହୂର୍ତ୍ତରେ କେତେକ ଯାତ୍ରୀ ଟିକେଟ କ୍ୟାନ୍‌ସଲ କରୁଛନ୍ତି। ଏହି କାରଣରୁ କାଲିଠାରୁ ୱେଟିଂ ଟିକେଟ ଜାରି କରାଯିବ। ଶେଷ ମୁହୂର୍ତ୍ତରେ ଯଦି କିଛି କନ୍‌ଫର୍ମ ଟିକେଟ କ୍ୟାନ୍ସଲ ହେବ ତେବେ ତାହା ସ୍ଥାନରେ ୱେଟିଂ ଟିକେଟକୁ କନ୍‌ଫର୍ମ କରାଯିବ। ଚାର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଯେଉଁ ଟିକେଟ କନ୍‌ଫର୍ମ ହୋଇ ପାରବ ନାହିଁ ତାହାର ଟଙ୍କା ରିଫଣ୍ଡ କରାଯିବ।

 

 

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like