ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ରାଜନୀତି

ଲକ୍ଷ୍ନୌ: ପୁଣି ଥରେ ହନୁମାନଙ୍କ ଜାତିକୁ ନେଇ ତେଜିଛି ରାଜନୀତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏବେ ତାଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି। ଉତ୍ତରପ୍ରଦେଶ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ହନୁମାନଙ୍କ ଜାତି ଜାଠ ବୋଲି କହିଛନ୍ତି। ଜାଠଙ୍କ କାର୍ଯ୍ୟଧାରା ଏବଂ ସ୍ୱାଭାବ ହନୁମାନଙ୍କ ସହ ସାମଞ୍ଜସ୍ୟ ରହିଛି। ତେଣୁ ହନୁମାନ ଜାଠ ସଂପ୍ରଦାୟରୁ ଆସିଛନ୍ତି ବୋଲି କହିଛନ୍ତି ୟୁପି ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ।

ଏହାପୂର୍ବରୁ ବିଜେପି ବିଧାୟକ ବୁକ୍କଲ ନବାବ ହନୁମାନଙ୍କୁ ମୁସଲିମ୍ ବୋଲି ଦର୍ଶାଇଥିଲେ। ଏପରିକି ଏହାକୁ ନେଇ ସେ ଚୁକ୍ତି ଦର୍ଶାଇଥିଲେ। ରହମାନ୍, ରମଜାନ, ଫରମାନ୍ ପ୍ରଭୃତି ମୁସଲିମ୍ ନାଁ ହନୁମାନଙ୍କ ଦ୍ୱାରା ପ୍ରଭାବିତ ବୋଲି କହିଥିଲେ।

ତେବେ ବିଜେପି ନେତାଙ୍କ ଏହି ବୟାନୁ ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀ ଏହାକୁ କଡ଼ା ଭାଷାରେ ନିନ୍ଦା ମଧ୍ୟ କରିଛନ୍ତି। ସେପଟେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହନୁମାନଙ୍କ ଜାତିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

 

You might also like