ଏଣିକି ଘରେ ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ଼

ଘରେ ବସି କରିପାରିବେ ରାସନ କାର୍ଡ଼

ନୂଆଦିଲ୍ଲୀ: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅର୍ଥାତ୍ ଗରୀବି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକଙ୍କୁ ସାମିଲ କରିବାକୁ ଥିଲା ଯୋଜନା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାର ଲାଭ କେବଳ ସେହିମାନେ ଲାଭ ଉଠାଇ ପାଇଥିଲେ ଯେଉଁମାନଙ୍କ ପାଖରେ ରାସର୍ନ କାର୍ଡ଼ ଥିଲା।  ତେବେ ଆପଣ ଯଦି ସରକାରଙ୍କ ଏହି ଘୋଷଣା ଅନୁସାରେ ଲାଭ ପାଇବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣ ପ୍ରଥମେ ନିଜର ରାସନ କାର୍ଡ଼ ବନାଇବାକୁ ପଡ଼ିବ। ହେଲେ ରାସନ କାର୍ଡ କରିବାକୁ ଏଣିକି ଆପଣଙ୍କୁ କୌଣସି ସରକାରୀ ଅଫିସର ଚକ୍କର କାଟିବାକୁ ପଡ଼ିବ ନାହିଁ। କାରଣ ବର୍ତ୍ତମାନ ସମୟରେ ଅନଲାଇନରେ ଆପଣ ବି ଚାହିଁଲେ ପ୍ରସ୍ତୁତ କରିପାରିବେ ରାସନ କାର୍ଡ଼। ଆମେ ଏଠାରେ କହିରଖୁଛୁ ଯେ, ରାସନ କାର୍ଡ ୨ ପ୍ରକାରର ତିଆରି କରାଯାଉଛି। ଦାଦିଦ୍ର୍ୟ ସୀମା ରେଖା ତଳେ ଥିବା  ଲୋକମାନେ ବିପିଏଲ ରାସନ କାର୍ଡ କରିପାରୁଥିବା ବେଳେ ଗରିବୀ ସୀମା ରେଖା ଉପରେ ଥିବା ଲୋକମାନେ ରାସନ କାର୍ଡ ପ୍ରସ୍ତୁତ କରାଯାଉଛି।

ଜାଣନ୍ତୁ କେଉଁମାନେ ରାସନ କାର୍ଡ କରିପାରିବେ ଆବେଦନ?

ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ ଏବଂ ଆପଣ ଭାରତୀୟ ହୋଇଥିବେ ତେବେ ଆପଣ ରାସନ କାର୍ଡ ଲାଗି ଆପ୍ଲାଏ କରିପାରିବେ। ଆପଣଙ୍କ ପାଖରେ କେବଳ ଗୋଟିଏ ରାଜ୍ୟର ରାସନ କାର୍ଡ ଥିବା ଦରକାର। ଏହି କାର୍ଡରେ  ପରିବାରର ମୁଖିଆଙ୍କ ସମେତ ଅନ୍ୟ ସଦସ୍ୟଙ୍କ ନାଁ ରହିପାରିବ।

ଅନଲାଇନରେ କେମିତି କରିବେ ଆବେଦନ?

ପୂର୍ବରୁ ଖଣ୍ଡିଏ ରାସନ କାର୍ଡ ଲାଗି ଆପଣଙ୍କୁ ସରକାରୀ ଅଫିସ ଦୌଡି ଦୌଡି ନୟାନ୍ତ ହେବାକୁ ପଡ଼ୁଥିଲା କିନ୍ତୁ ଏବେ ସରକାରୀ ଅଫିସ ନୁହେଁ ବରଂ ଘରେ ବସି ଅନଲାଇନ ଜରିଆରେ ରାସନ କାଡ କରିପାରିବେ ବୋଲି ଜଣାଯାଇଛି। ଯଦି ଆପଣ ଘରେ ବସି କାର୍ଡ କରିବାକୁ ଇଚ୍ଛା ରଖିଛନ୍ତି ତାହାଲେ ରାଜ୍ୟର ଯୋଗାଣ ବା ଫୁଡ୍ ପୋର୍ଟାଲକୁ ଯାଇ ଅନଲାଇନରେ କାର୍ଡ ଲାଗି ଆବେଦନ କରିପାରିବେ ବୋଲି ସୂଚନା ରହିଛି। ଯେଉଁ ରାଜ୍ୟର ଅଧିବାସୀ ହୋଇଥିବେ ସେହି ରାଜ୍ୟର ଫୁଡ ପୋର୍ଟାଲରେ ଆବେଦନ କରି ଫର୍ମ ଡାଉନଲୋଡ କରିପାରିବେ ବୋଲି ସୂଚନା ରହିଛି।

ରାସନ କାର୍ଡ ତିଆରି କରିବାକୁ ହେଲେ, ପ୍ରଥମେ ଆଧାର କାର୍ଡ, ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ବା କୌଣସି ପରିଚୟ ପତ୍ର ଦେବାକୁ ପଡିବ। ଆବେଦନ କରିବା ପରେ ଆପଣଙ୍କୁ ୫ ରୁ ୪୫ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ। ଫର୍ମ ଦାଖଲ କରିବା ପରେ ଫିଲ୍ଡ ଭିଜିଟ୍ କରାଯାଇଥାଏ। ତେବେ ପ୍ରକୃତରେ ଆବେଦନକାରୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟର ଅନୁସନ୍ଧାନ କରି ୩୦ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଆଉ ଏହି ପ୍ରକ୍ରିୟାର ସମାପ୍ତ ପରେ  ଆପଣଙ୍କୁ ସରକାରଙ୍କ ଯୋଜନା ଅନୁସାରେ ମିଳିଯାଇଥାଏ ରାସନ କାର୍ଡ।

ମୋଟ୍ ଉପରେ କହିବାକୁ ଗଲେ ଏବେବି ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେଣୁ ଆପଣ ଯଦି ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ତେବେ ଏହି ଉପାୟରେ ଆବେଦନ କରି ବନାଇ ନିଅନ୍ତୁ ନିଜର ରାସନ କାର୍ଡ।

You might also like