ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍: ତାମିଲନାଡୁ ଖୋଲିପାରିବ ମଦ ଦୋକାନ

ଚେନ୍ନାଇ: ତାମିଲ୍‌ନାଡୁରେ ମଦ ବିକ୍ରି ନେଇ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ।
ଏଥିସହିତ ଆବେଦନକାରୀଙ୍କୁ ନୋଟିସ୍ ଜାରି କରି ଯବାବ ମଧ୍ୟ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟରେ ମୋଦ ଦୋକାନ ବନ୍ଦ ନେଇ ରାୟ ଶୁଣାଇଥିଲେ ହାଇକୋର୍ଟ। ଯାହାକୁ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର।

ମଦ ଦୋକାନ ବାହାରେ ଲକୋମାନଙ୍କର ଅସମ୍ଭବ ଭିଡ଼ ଓ ସୋସିଆଲ୍‌ ଡିଷ୍ଟାସିଂର ଅବମାନନା ହେତୁ ରାଜ୍ୟରେ ମଦ ଦୋକନା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ୍‌ ହାଇକୋର୍ଟ। ଏଥିସହିତ ମଦର ଅନ୍‌ଲାଇନ୍‌ ବିକ୍ରି ଓ ହୋମ୍‌ ଡେଲିଭରି କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କର ମଦ ଦୋକାନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଥିଲେ ରାଜ୍ୟ ସରକାର। ଏହା ବିରୋଧରେ ମେ ୮ ତାରିଖରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ତାମିଲନାଡୁ ସରକାର।

ରାଜ୍ୟ ସରକାର ଲୋକଙ୍କ ମଧ୍ୟରେ ସୋସିଆଲ୍‌ ଡିଷ୍ଟାସିଂ ନିୟମର ପାଳନ କରୁଛନ୍ତି। ଯେଉଁମାନେ ସୋସିଆଲ୍ ଡିଷ୍ଟାସିଂ ନିୟମ ପାଳନ କରୁ ନାହାନ୍ତି ସେମାନଙ୍କ ବିରୋଧରେ ପୁଲିସ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ତାମିଲ୍‌ଲାଡୁ ସରକାର ଅବେଦନରେ ଦର୍ଶାଇଥିଲେ। ଏଥିସହିତ ମଦ ବିକ୍ରି ବନ୍ଦ ହୋଇଗଲେ ଅନ୍ୟ ରାଜ୍ୟରେ ବିକ୍ରି ଚାଲୁ ରହୁଥିବାରୁ ସାମୀନ୍ତରେ ଅନେକ ସମସ୍ୟା ଦେଖାଦେବ। ରାଜ୍ୟବାସୀ ମଦ କିଣିବା ପାଇଁ ଅନ୍ୟ ରାଜ୍ୟକୁ ଯିବେ। ଫଳରେ କରୋନା ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ଆତଜାତ ବଢ଼ିଯିବ ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ସରକାର। ସୁପ୍ରିମକୋର୍ଟ ଆବେଦନରେ ଶୁଣାଣି କରି ମାଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like