ପାକିସ୍ତାନର ଦୋମୁହାଁ ନୀତି; ଆଗେ କହିଲା ଦାଉଦ କରାଚୀରେ ଅଛି, ପରେ ମନାକଲା

ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଦୋମୁହାଁ ନୀତି ସାମ୍ନାକୁ ଆସିଛି। କୁଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌ ପାକିସ୍ତାନରେ ଲୁଚି ରହିଥିବା ନେଇ ଶନିବାର ଲିଷ୍ଟ ଜାରି କରିଥିଲା ପାକିସ୍ତାନ। ଦାଉଦ୍‌ର ପାସ୍‌ପୋର୍ଟ ସହିତ କରାଚୀ ଠିକଣା ଜରି କରିଥିଲା ପାକ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ନିଜ କଥାରେ ଓହରିଯାଇଛି ଇସ୍‌ଲାମାବାଦ।

ଦାଉଦ୍ କରାଚୀରେ ନାହିଁ। ସେ କରାଚୀରେ ଥିବା ସରକାର କହିନଥିବା ପାକିସ୍ତାନ କହିଛି। ଗଣମାଧ୍ୟମ ମିଥ୍ୟା ପ୍ରଚାର କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି।

ଜାତି ସଂଘ ତାଲିକାରେ ଥିବା ଆତଙ୍କବାଦୀ ଓ ଆତଙ୍କୀ ସଂସ୍ଥା ଗୁଡ଼ିକର ଶନିବାର ତାଲିକା ପ୍ରସ୍ତୁତ କରିଥିଲା ପାକିସ୍ତାନ। ଜାତୀସଂଘ ନିୟମ ଅନୁସାରେ ସେ ଏପରି କରିବାକୁ ବାଧ୍ୟ ହୋଇଥିଲା। ଏହି ତାଲିକାରେ ଅନ୍ୟ ଆତଙ୍କାଦୀ ସହିତ ଦାଉଦ୍‌ର ବି ନାଁ ସାମିଲ ଥିଲା। କିନ୍ତୁ ଏବେ ପାକିସ୍ତାନ ଏହି କଥାକୁ ଅସ୍ୱୀକାର କରୁଛି। ଦାଉଦ୍ କରାଚୀରେ ନାହିଁ ବୋଲି ପାକିସ୍ତାନ କହିଛି।

 

You might also like