ପୁଣି ଫୋକସରେ ଚମ୍ପଲ ଉପତ୍ୟକା

ନୂଆଦିଲ୍ଲୀ: ଦୁର୍ଗମ ଚମ୍ବଲ ଉପତ୍ୟକା।  ଡକାୟତ ଏବଂ ଅପରାଧୀଙ୍କ ଗର୍ଜନରେ ଦିନେ କମ୍ପୁଥିଲା ଏହି ଭୂଖଣ୍ଡ। ଚମ୍ବଲ ନାଁ କହିଲେ ଥରି ଯାଉଥିଲା ଛାତି। ଆଜି ଆଉ ସେଠି ଡାକୟତ ବା ଅପରାଧୀ ଆଡ୍ଡାସ୍ଥଳୀ ନାହିଁ। ତଥାପି ପରିତ୍ୟକ୍ତ ହୋଇ ପଡ଼ିଛି। ଏହି ପରିତ୍ୟକ୍ତ ଜାଗାରେ  ଚାଷ କାର୍ଯ୍ୟ କରିବାକୁ ମୋଦୀ ସରକାର (ମୋଦୀ ସରକାର) ଯୋଜନା କରିଛନ୍ତି। ଏଥି ପାଇଁ ସହାୟତା କରିବ ବିଶ୍ୱ ବ୍ୟାଙ୍କ।। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଏଠାରେ ୩ ଲକ୍ଷ ହେକ୍ଟରରୁ ଅଧିକ ଦୁର୍ଗମ ଜମି ରହିଛି ଯାହା ଚାଷ ପାଇଁ ଅନୁପଯୁକ୍ତ। ଏହି ଜମିରେ କୃଷିର ବିକାଶ କାର୍ଯ୍ୟ କରାଯିବ।

ଏହି ପ୍ରକଳ୍ପକୁ ନେଇ ପ୍ରାରମ୍ଭିକ  ରିପୋର୍ଟ ଏକ ମାସ ମଧ୍ୟରେ ଉପସ୍ଥାପିତ କରାଯିବ । ଏହି ଜମିରେ କୃଷି କାର୍ଯ୍ୟ ସହ ପରିବେଶର ଉନ୍ନତି ପାଇଁ ପ୍ରକଳ୍ପ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ଏହାଦ୍ୱାରା ଲୋକମାନେ ରୋଜଗାର ପାଇବେ। ବିଶ୍ୱ ବ୍ୟାଙ୍କ, ମଧ୍ୟପ୍ରଦେଶର ଅଧିକାରୀ ଏବଂ କୃଷି ବିଶେଷଜ୍ଞମାନେ ଏହି ପ୍ରକଳ୍ପ ଉପରେ ସହମତି ପ୍ରକାଶ କରିଛନ୍ତି।

ଟୋମର କହିଛନ୍ତି,  ପୂର୍ବରୁ ବିଶ୍ୱ ବ୍ୟାଙ୍କ ସହଯୋଗରେ ଚମ୍ବଲ ଉପତ୍ୟକାର ଏହି ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଥିଲା।  କିନ୍ତୁ କେତେକ କାରଣରୁ ବିଶ୍ୱ ବ୍ୟାଙ୍କ ଏଥିରେ ସହମତ ହୋଇନଥିଲା। ବର୍ତ୍ତମାନ ଏହା ପୁନର୍ବାର ଆରମ୍ଭ ହୋଇଛି। ଏହି ପ୍ରକଳ୍ପରେ କୃଷି, କୃଷି ବଜାର, ଗୋଦାମ ଏବଂ ଶୀତଳ ଭଣ୍ଡାର ମଧ୍ୟ ବିକଶିତ ହୋଇପାରିବ।

ବିଶ୍ୱ ବ୍ୟାଙ୍କ ଅଧିକାରୀ ଆଦର୍ଶ କୁମାର କହିଛନ୍ତି,  ମଧ୍ୟପ୍ରଦେଶରେ ବିଶ୍ୱ ବ୍ୟାଙ୍କ କାମ କରିବାକୁ ଆଗ୍ରହୀ। ଏହି ପ୍ରକଳ୍ପ ସହ ଜଡିତ ଜିଲ୍ଲାମାନଙ୍କରେ କି ପ୍ରକାର ପୁଞ୍ଜି ବିନିଯୋଗ କରାଯାଇପାରିବ ତାହା ଦେଖିବାକୁ ହେବ। ବିଶ୍ୱ ବ୍ୟାଙ୍କର ଅଧିକାରୀ ଆବେଲ ଲୁଫାଫା କହିଛନ୍ତି ଯେ ଆଞ୍ଚଳିକ ସ୍ତରରେ ଜମିର ସ୍ଥିତିକୁ ବିଚାରକୁ ନେଇ ଏହି ପ୍ରକଳ୍ପ ଉପରେ ବିଚାର କରାଯିବ। ଆମେ ଅନ୍ୟ ଦେଶର ଉଦାହରଣ ନେଇ କାର୍ଯ୍ୟ କରିପାରିବା ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like