କରୋନା ଯୁଦ୍ଧ, ଆୟୂଧ ସାଜିବ ଆୟୁର୍ବେଦ ଔଷଧ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ।

ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। ଏସବୁ ଭିତରେ କରୋନାକୁ ମାତ୍‌ ଦେବା ପାଇଁ ଭାରତ ମେଡିସିନ୍‌ ପାଇଁ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। ଏବେ ଆୟୁର୍ବେଦ ଔଷଧକୁ ନେଇ କ୍ଲିନିକାଲ୍‌ ଟ୍ରାଏଲ୍‌ ଆରମ୍ଭ କରିଛି ଭାରତ।

ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆୟୁଷ ମେଡିସିନ୍‌ର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ ହୋଇଛି। ଏଥିପାଇଁ ଅଶ୍ୱଗନ୍ଧା, ଜଷ୍ଟିମଧୁ, ଗୁଡୁଚି ପିପ୍ପଳି, ଆୟୁଷ-୬୪ ଭଳି ଔଷଧର କ୍ଲିନିକାଲ୍‌ ଟ୍ରାଏଲ୍‌ ଆରମ୍ଭ ହୋଇଛି।

କରୋନା ବିରୋଧୀ ଯୁଦ୍ଧରେ ଆୟୁର୍ବେଦ ଔଷଧ ଲାଭ ଦାୟକ ହେବବୋଲି ଆଶା କରାଯାଉଛି।

You might also like