ଇମର୍ଜେନ୍ସି ଲୋନ୍ ସ୍କିମ୍ ଗୁଜବ! ଉପଭୋକ୍ତାଙ୍କୁ ସତର୍କ କରାଇଲା ଏସବିଆଇ

ନୂଆଦିଲ୍ଲୀ: ୟୋନୋ ମୋବାଇଲ୍ ଆପ୍ ଜରିଆରେ ଇମର୍ଜେନ୍ସି ଲୋନ୍ ସ୍କିମ୍ ସଂପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସଙ୍ଗ। ବର୍ତ୍ତମାନ ସ୍ଥିତିରେ ଏଭଳି କୌଣସି ଋଣ ଦିଆଯାଉନଥିବା ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଏଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ଉପଭୋକ୍ତାଙ୍କୁ ନିବେଦନ କଲା SBI।

ତେବେ କୋଭିଡ୍ ଯୋଗୁଁ ଅର୍ଥ ସମସ୍ୟାରେ ପଡ଼ିଥିବା ବେତନଭୋଗୀ ଉପଭୋକ୍ତାଙ୍କ ପାଇଁ ଏକ ପ୍ରି-ଆପ୍ରୁଭ୍ଡ ପର୍ସନାଲ୍ ଲୋନ୍ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଉଛି।

SBI ପକ୍ଷରୁ ବିଧିବଦ୍ଧ ଭାବେ ଅଫିସିଆଲ୍ ହ୍ୟାଣ୍ଡେଲରେ କୌଣସି ସୂଚନା ଦିଆନଯିବା ଯାଏଁ, ସୋସିଆଲ୍ ମିଡିଆରେ ପ୍ରଚାର ହେଉଥିବା କୌଣସି ଅଫର୍ ଉପରେ ବିଶ୍ୱାସ ନକରିବାକୁ ବ୍ୟାଙ୍କ ପକ୍ଷରୁ ଉପଭୋକ୍ତାଙ୍କୁ ନିବେଦନ କରାଯାଇଛି।

 

You might also like