ସାଧାରଣ ଜ୍ଞାନରେ ବି ଇମ୍ରାନ ଫେଲ୍‌ !

ଇସ୍‌ଲାମାବାଦ: କଶ୍ମୀରକୁ ନେଇ ପାକିସ୍ତାନ ୱାଜିର-ଏ-ଆଜମ ଏବେ କେତେ ବିଚଳିତ ହୋଇ ପଡ଼ିଛନ୍ତି, ତାହା ପୁଣିଥରେ ସାମ୍ନାକୁ ଆସିଛି। ମୋଦି-୨ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ କେବଳ ସ୍ୱପ୍ନରେ ସବୁ କିଛି କଳ୍ପନା କରିବାରେ ଲାଗିଛି। ପାକିସ୍ତାନ ଦେଖୁଥିବା କୌଣସି ବି ସ୍ୱପ୍ନ ଯେ ତୃଣମୂଳସ୍ତରରେ ବାସ୍ତବ ରୂପ ନେଉ ନାହିଁ, ସେକଥା ମାନିବାକୁ ଇମ୍ରାନ୍‌ ଖାନ୍‌ ପ୍ରସ୍ତୁତ ନୁହନ୍ତି। କଶ୍ମୀରର ଭୌଗଳିକ ସ୍ଥିତିକୁ ନେଇ ଅପପ୍ରଚାର କରୁଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କୁ କେହି ବି ବିଶ୍ୱାସ କରୁ ନହାନ୍ତି। ଏବେ ଇମ୍ରାନ୍‌ ଖାନ୍‌ଙ୍କ  ସାଧାରଣ ଜ୍ଞାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଗୁରୁବାର ଇମ୍ରାନ୍‌ ଖାନ୍‌ ଦାବି କରିଥିଲେ ଯେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ମାନବାଧିକାର ପରିଷଦର ୫୮ଟି ଦେଶ ସମର୍ଥନ କରିଛନ୍ତି। ସେମାନେ ମିଳିତ ଭାବେ ଭାରତ ସରକାର କଶ୍ମୀରରେ ଲାଗୁ କରିଥିବା କଟକଣାକୁ ଉଠାଇବା ଦରକାର ବୋଲି କହିଛନ୍ତି। ଏଥିସହ ସମସ୍ତ ୫୮ ରାଷ୍ଟ୍ର ଭାରତ ସରକାର କଶ୍ମୀରବାସୀଙ୍କ ଉପରେ କରୁଥିବା ଅତ୍ୟାଚାରକୁ ବନ୍ଦ କରିବାକୁ କହିଛନ୍ତି।

ହେଲେ ଇମ୍ରାନ୍‌ ଖାନ୍‌ ସମ୍ଭବତଃ ସ୍ୱପ୍ନରେ ଏପରି ଆକଳନ କରିଛନ୍ତି। କାରଣ ଜାତିସଂଘ ମାନିବାଧିକାର ପରିଷଦର ତଥ୍ୟ କିଛି ଭିନ୍ନ କଥା କହୁଛି। ପରିଷଦରେ ମୋଟ ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ୪୭। ଅର୍ଥାତ ପରିଷଦରେ ୪୭ଟି ଦେଶର ପ୍ରତିନିଧି ଭାଗ ନେଇଥାଆନ୍ତି। ଏପରି ସ୍ଥିତିରେ ଇମ୍ରାନ୍‌ ଖାନ୍‌ଙ୍କ ତଥାକଥିତ ନୂଆ ପାକିସ୍ତାନକୁ କେମିତି ୫୮ଟି ରାଷ୍ଟ୍ର ସମର୍ଥନ କଲେ ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତେଣୁ ଇମ୍ରାନ୍‌ ଖାନ୍‌ଙ୍କ ସାଧାରଣ ଜ୍ଞାନକୁ ନେଇ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

You might also like