ବ୍ୟାଙ୍କ ଘରୋଇକରଣ ସମ୍ପର୍କରେ ବଡ଼ ବୟାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ(UFBU) ପକ୍ଷରୁ ସୋମବାରଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ତେବେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ବୟାନ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ସମସ୍ତ ବ୍ୟାଙ୍କର ଘରୋଇକରଣ ହେବ ନାହିଁ। ଘରୋଇକରଣ ହେବାକୁ ଥିବା ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପଦକ୍ଷେପ ନେବେ।

Cabinet Committee of Economic Affairs (CCEA)ର ବୈଠକରେ ଯୋଗଦେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏକ ପବ୍ଲିକ୍‌ ଏଣ୍ଟରପ୍ରାଇସ୍‌ ପଲିସି ଘୋଷଣା କରାଯାଇଛି। ଯେଉଁଥିରେ ଆମେ ୪ଟି କ୍ଷେତ୍ର ଚିହ୍ନଟ କରିଛୁ ଓ ଏଥିରେ ପବ୍ଲିକ୍‌ ସେକ୍ଟର ମଧ୍ୟ ରହିଛି। ଏହାସହ ଫାଇନାନ୍ସସିଆଲ୍‌ ସେକ୍ଟର ମଧ୍ୟ ଅଛି। ଦେଶର ସମସ୍ତ ବ୍ୟାଙ୍କର ଘରୋଇକରଣ ହେବ ନାହିଁ। ଘରୋଇକରଣ ହେବାକୁ ଥିବା ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପଦକ୍ଷେପ ନେବେ।

ଦୁଇଟି ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କର ପ୍ରସ୍ତାବିତ ଘରୋଇକରଣକୁ ବିରୋଧ କରି ସୋମବାରଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଥିଲା। ସରକାର ତୁରନ୍ତ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିରୁ ଓହରନ୍ତୁ, ନଚେତ୍‌ ଆଗାମୀ ଦିନରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ସୂଚନାଥାଉ କି, ଚଳିତ ବର୍ଷ ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କର ଘରୋଇକରଣ ଘୋଷଣା କରିଛନ୍ତି। ୨୦୧୯ରେ କେନ୍ଦ୍ର ସରକାର LIC ରେ IDBI ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରି କରି ଦେଇଛନ୍ତି। ଅନ୍ୟପଟେ ବିଗତ ୪ ବର୍ଷ  ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହୋଇସାରିଛି।

You might also like