ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ମୁମ୍ବାଇ: ଦେଶରେ ହୁହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରୁ ଡାକ୍ତରଖାନାରେ ବେଡ୍‌ ଅଭାବ ହେଲା। ଏହାପରେ ଆଇସୋଲେନସ ଓ ଚିକିତ୍ସା ପାଇଁ ରେଳ ଡବାକୁ କରୋନା ବେଡ୍‌ରେ ପରିଣତ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହୋଇଥିଲା।

କିନ୍ତୁ ଦେଶର ସବୁଠାରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରରେ କୌଣସି ରୋଗୀ ରେଳ କୋଚ୍‌ରେ ଆଇସୋଲେସନ ୟୁନିଟ୍‌ରେ ଆଡ୍‌ମିଶନ ହୋଇ ନଥିବା ଜଣାପଡ଼ିଛି। ରାଜ୍ୟରେ ୯୦୦ ନନ୍‌ ଏସି ସ୍ଲିପର କୋଚ୍‌କୁ ଆଇସୋଲେସନ ୟୁନିଟ୍‌ରେ ପରିଣତ କରିବା ପରେ ଗୋଟିଏ ହେଲେ ବି ରୋଗୀ କୋଚ୍‌ରେ ଆଇସୋଲେସନ୍‌ରେ ରହି ନାହାନ୍ତି। ସୂଚନା ଅଧିକାର ଆଇନ ବଳର ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ମାର୍ଚ୍ଚ ମାସରେ ରେଳବାଇ ଅନୁମତି ଦେବା ପରେ ସେଣ୍ଟ୍ରାଲ୍ ରେଳବାଇ ୩.୮ କୋଟି ଖର୍ଚ୍ଚରେ ୪୮୨ କୋଭିଡ୍ କେୟାର କୋଚ୍ ତିଆରି କରିଥିଲା। ଏବଂ ପଶ୍ଚିମ ରେଳବାଇ ମଧ୍ୟ ୨ କୋଟି ବ୍ୟୟରେ ୪୧୦ କୋଚ୍‌କୁ କୋଭିଡ୍ କେୟାର କୋଚ୍ ତିଆରି କରିଥିଲା। ଜରୁରୀକାଳୀନ ସମୟରେ ବେକ୍‌ଅପ୍‌ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିଲା।

ମୁମ୍ବାଇ ଥାନେ ବାସିନ୍ଦା ରବୀନ୍ଦ୍ର ଭଗୱତ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କିତ ଆର୍‌ଟିଆଇ ବଳରେ ସେଣ୍ଟ୍ରାଲ୍ ରେଳବାଇ ଓ ପୂର୍ବ ରେଳବାଇ ପକ୍ଷରୁ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଅନୁସାରେ, ଗୋଟିଏ କୋଚ୍‌କୁ ଆଇସୋଲେସନ୍ ୟୁନିଟ୍‌ରେ ପରିଣତ କରିବା ପାଇଁ ପାଖାପାଖି ୮୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। କୋଚ୍‌ ବ୍ୟବହାର ହୋଇଥିଲେ ଆହୁରି ଅଧିକ ଖର୍ଚ୍ଚ ହୋଇଥାନ୍ତା। ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଗୋଟିଏ ବି କୋଚ୍ ବ୍ୟବହାର କରି ନାହିଁ ମହାରାଷ୍ଟ୍ର। ତେବେ ଏହାକୁ ଅର୍ଥର ଅପବ୍ୟୟ ବୋଲି କହିବା ଠିକ୍ ହେବ ନାହିଁ ବୋଲି ରେଳବାଇ କହିଛି। କାରଣ ଏହା ଏକ ଜରୁରୀକାଳିନ ପ୍ରସ୍ତୁତି ଥିଲା। ଯଦି ସରକାର ଏହାର ଆବଶ୍ୟକତା ମନେ କରିଥାନ୍ତେ, ତେବେ ଏହା ବ୍ୟବହାର ହୋଇପାରିଥାନ୍ତା ବୋଲି ରେଳବାଇ କହିଛି।

ସାରା ଭାରତରେ ରେଳବାଇ ପକ୍ଷରୁ ୫୦୦୦ କୋଭିଡ୍‌ କେୟାର କୋଚ୍‌ ପ୍ରସ୍ତୁତ ହୋଇଛି। ଏଥିରେ ୮୦,୦୦୦ ବେଡ୍‌ ରହିଛି। ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ  ଓ ବିହାର କେବଳେ ଏହି ତିନୋଟି ରାଜ୍ୟ ରେଳବାଇର କୋଚ୍‌ଗୁଡ଼ିକୁ ବ୍ୟବହାର କରିଛନ୍ତି। ୯୩୩ ଜଣ ରୋଗୀ କୋଭିଡ୍‌ କୋଚ୍‌ରେ ଆଡ୍‌ମିସନ ହୋଇ ସୁସ୍ଥ ହୋଇ ଡିସ୍‌ଚାର୍ଜ ବି ହୋଇସାରିଲେଣି।

 

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like