ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ !

ନୂଆଦିଲ୍ଲୀ:ଉତ୍ତର କୋରିଆ ଡିକ୍ଟେଟର କିମ୍‌ ଜୋଙ୍ଗ ଉନ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏବେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। କୁହାଯାଉଛି, ତାଙ୍କର କାଡିଓ ଭାସ୍କୁଲାର(cardiovascular)  ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ  କିମ୍‌ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

ଜଣେ ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, କିମ୍‌ ଜୀବନ ପ୍ରତି ବିପଦ ରହିଛି। ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ସେ ବହୁତ ସ୍ମୋକ କରୁଥିଲେ । ଏହାଛଡ଼ା ମେଦ ବହୁଳତାଜନିତ ସମସ୍ୟା ମଧ୍ୟ ତାଙ୍କର ଥିଲା। ସିଏନଏନର କହିବା ଅନୁଯାୟୀ,  କିମ୍‌ ଜୋଙ୍ଗଙ୍କୁ ଶେଷ ଥର ପାଇଁ ଏପ୍ରିଲ ୧୧ ତାରିଖ ଦେଖିବାକୁ ମିଳିଥିଲା। ଏପରିକି ଏପ୍ରିଲ ୧୫ ତାରିଖ କିମ୍‌ଙ୍କ ଜେଜେ ବାପାଙ୍କ ଜନ୍ମ ଦିନ ଭୋଜିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳି ନ ଥିଲା।

ଏପ୍ରିଲ ୧୫ ତାରିଖ ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ କିମ୍‌ ଯୋଗଦେଇ ନଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା।

ତେବେ ଏ ନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଥାଉ କି, ଉତ୍ତର କୋରିଆରେ କିମ୍‌ ଜୋଙ୍ଗଙ୍କୁ ଭଗବାନଙ୍କ ପରି ପୂଜା କରାଯାଇ ଥାଏ।

You might also like