ହେଲ୍‌ମେଟ୍‌ ନ ପିନ୍ଧି ବସ୍‌ ଚଲାଉଥିଲେ ବୋଲି ଏମିତି ମିଳିଲା ଦଣ୍ଡ…

ନୋଏଡ଼ା: ନୂତନ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବାସହ ଜରିମାନା ମାମଲା ବେଶ୍‌ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର  ଟଙ୍କା ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍‌ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି।

ଜଣେ ବସ୍‌ ଡ୍ରାଇଭର ଗାଡ଼ି ଚଳାଇ‍ବା ସମୟରେ  ହେଲମେଟ୍ ପିନ୍ଧି ନ ଥିବାରୁ ଏଥିପାଇଁ ବସ୍‌ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିଛି। ନୋଏଡାରେ  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଉକ୍ତ ଡ୍ରାଇଭର ଜଣକ ଗାଡ଼ି ଚଳାଇ‍ବା ସମୟରେ  ହେଲମେଟ୍ ପିନ୍ଧି ନଥିବାରୁ ପରିବହନ ବିଭାଗ ଗାଡ଼ି ମାଲିକଙ୍କୁ ୫୦୦ ଟଙ୍କା ଜରିମାନା କରାଯାଇଛି।  ଗତ ସେପ୍ଟେମ୍ୱର ୧୧ରେ ଅନ୍‌ଲାଇନ୍‌ରେ ଏହି ଜରିମାନା କଟା ଯାଇଥିବା ବେଳେ ଗତକାଲି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଏହି ବସ୍‌ ଉପରେ ଜରିମାନା ପଡ଼ିଥିଲା। ଗାଡ଼ି ଚାଳକ ସିଟ୍‌ ବେଲ୍ଟ ପିନ୍ଧି ନ ଥିବାରୁ ଏହି ଜରିମାନା ପଡ଼ିଥିଲା।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like