ହଳଦୀରାମ ବିଲ୍‌ଡିଂରୁ ଆମୋନିଆ ଗ୍ୟାସ୍ ଲିକ୍‌; ୧ ମୃତ ୩୦୦ ଶ୍ରମିକ ଉଦ୍ଧାର

ନୂଆଦିଲ୍ଲୀ: ନୋଏଡ଼ା ସେକ୍ଟର୍‌ ୬୫ରେ ଥିବା ହଳଦୀରାମ ବିଲ୍‌ଡିଂରେ ଆମୋନିଆ ଗ୍ୟାସ୍‌ ଲିକ୍ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ୩୦୦ରୁ ଅଧିକ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ଦିନ ୧୨ଟା ପାଖାପାଖି ସମୟରେ ହଳଦୀରାମ ବିଲ୍ଡିଂରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଏହାପରେ ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିସମ ଓ ୪୭ ସଦସ୍ୟଙ୍କୁ ନେଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଦିନ ୩ ସୁଦ୍ଧା ପରିସ୍ଥିତିକୁ ଆୟତ କରିଥିଲେ। ଏଠାରେ ହଳଦୀରାମ ବିଲ୍ଡିଂରେ ଦୁଇଟି ୟୁନିଟ୍‌ ରହିଥିଲା। ଗୋଟିଏରେ ପ୍ରଡକ୍ସନ ୟୁନିଟ୍‌ ଓ ଅନ୍ୟଟି କୁଲିଂ ଓ ମ୍ୟାଣ୍ଟେନାନ୍ସ ୟୁନିଟ୍‌ ଥିଲା ବୋଲି ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ କୁହାଯାଇଛି।

ମେଣ୍ଟେନ୍‌ ୟୁନିଟ୍‌ରେ ୪ଟି ଆମୋନିଆ କନ୍‌ଡେନ୍‌ସର୍ସ ଗୋଟିଏରୁ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇଥିଲା। ଏଠାରେ କାମ କରୁଥିବା ୨୨ ଜଣ ଶ୍ରମିକ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣକୁ ଡାକ୍ତରଖାନା ନିଆଯାଇବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ହୋଇଛି। ମୃତକଙ୍କ ନାଁ ସଞ୍ଜୀବ କୁମାର(୪୨)। ସେ ଆମୋନିଆ ଅପରେଟର୍‌ ଭାବେ କାର୍ଯ୍ୟ କରୁଥିଲେ।

You might also like