କରୋନା ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଯାଉନି କାହିଁକି ?

ନୂଆଦିଲ୍ଲ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହେଉଛି ଏଠି ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖାଯାଉନି। ତେବେ ରୋଗୀଙ୍କ ପାଖରେ କାହିଁକି ଲକ୍ଷଣ ଦେଖାଯାଉନି ? ଏ ନେଇ  ଏକ ସର୍ଭେ କରିବ ICMR।

ଦେଶର କରୋନା ପ୍ରଭାବିତ ୭୫ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ସାଧାରଣ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ନଥାଇ ପଜିଟିଭ ଆସିଥିବା ଆକ୍ରାନ୍ତଙ୍କ ଉପରେ ମୁଖ୍ୟତଃ ଏହି ସର୍ବେକ୍ଷଣ ହେବ । ଏହି ସବୁ ଜିଲ୍ଲାର ରେଡ୍ , ଅରେଂଜ ଏବଂ ଗ୍ରୀନ ଜୋନରେ ଥିବା ଲୋକଙ୍କ ନମୁନା ସଂଗ୍ରହ କରାଯିବ। ସେମାନଙ୍କଠାରେ କରୋନା ଭୂତାଣୁ ସହ ମୁକାବିଲା କରିବାର ପ୍ରତିରୋଧକ ଶକ୍ତି ଅଛି ନା ନାହିଁ ଏହି ତଥ୍ୟ ସଂଗ୍ରହ କରାଯି।

ଏହାଦ୍ୱାରା ପଜିଟିଭ ଥାଇ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କାରଣରୁ ସେମାନଙ୍କଠାରେ ଲକ୍ଷଣ ପରିଲକ୍ଷିତ ହେଉନଥିବା ସ୍ପଷ୍ଟ ହୋଇପାରିବ । ଏହିସବୁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ । ବହୁଳ ଜନସଂଖ୍ୟା ଏବଂ ଯେଉଁ ରାଜ୍ୟର ଆଖପାଖ ରାଜ୍ୟରୁ ଅଧିକ ଲୋକଙ୍କ ୟାତାୟାତ ଥିବ ସେହି ରାଜ୍ୟର ବ୍ୟକ୍ତିଙ୍କଠାରେ ଏହି ସର୍ଭେ କରାଯିବ।

ତେବେ କେତେ ସଂଖ୍ୟକ ନମୂନା ସଂଗ୍ରହ କରାଯିବ ତାହା ବର୍ତ୍ତମାନ ସ୍ଥିର କରାଯାଇନାହିଁ । ଏହାଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖପାଖ ପରିସର ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ ଏ ନେଇ ତଥ୍ୟ ମିଳିପାରିବ।

ଅନ୍ୟକ୍ଷେ କରୋନା ଦ୍ୱାରା ବହୁଳ ପ୍ରଭାବିତ ୧୦ଟି ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇବ କେନ୍ଦ୍ର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ଗୁଜରାଟ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଏହି ୧୦ଟି ଟିମ୍ ଯିବ।

ସେଠାରେ କୋଭିଡ୍ ପରିଚାଳନା ଓ କଣ୍ଟେନମେଣ୍ଟ କଟକଣା କଡ଼ାକଡ଼ି କରିବାରେ ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବ।  ଏହି ଟିମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ସଚିବ ସ୍ତରର ନୋଡାଲ୍ ଅଫିସର୍ ଓ ଜଣେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ।  ପୂର୍ବରୁ ୨୦ଟି ଟିମ୍‌କୁ ବିଭିନ୍ନ ବହୁଳ କରୋନା ପ୍ରଭାବିତ ଜିଲ୍ଲାକୁ ପଠାଇଛି କେନ୍ଦ୍ର।

You might also like