ଭାରତକୁ ଏଲ୍ପିଜି ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ: ଧର୍ମେନ୍ଦ୍ର
ଭୁବନେଶ୍ୱର: ଭାରତକୁ ଏଲପିଜି ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ। ସାଉଦି ଆରବ ପ୍ରିନ୍ସ ଅବଦୁଲ ଅଜିଜ୍ ଓ ଶକ୍ତିମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିବା ପରେ ଏହା କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶ୍ୱ ତୈଳ ବଜାରର ଉନ୍ନତି ଓ ଭାରତକୁ LPG ଯୋଗାଣ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି।
ଏଥିସହ ଏକ ପ୍ରସିଦ୍ଧ ତୈଳ କମ୍ପାନୀର ସିଇଓ ଅମିନ ନାସିରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଭାରତକୁ LPG ଦେବାରେ କୌଣସି ଅସୁବିଧା ହେବନାହିଁ ବୋଲି ପ୍ରିନ୍ସ କହିଥିବା ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର।