କୁଳଭୂଷଣ ମାମଲାରେ ରାଗ ଶୁଝାଇଲା ପାକିସ୍ତାନ, କହିଲା ଦ୍ୱିତୀୟ କନସୁଲାର ଆକ୍ସେସ୍‌ ମିଳିବନି

ଇସ୍‌ଲାମାବାଦ୍‌: କଶ୍ମୀର ପ୍ରସଙ୍ଗରେ ପରାଜୟ ସ୍ୱୀକାର କରିଥିବା ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାକୁ ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଇମ୍ରାନ୍‌ ସରକାରଙ୍କୁ ଶକ୍ତ ଚାପୁଡ଼ା ମାରିବା ପରେ ଏବେ ଏହାର ରାଗ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଶୁଝାଇବାକୁ ଚେଷ୍ଟା ଆରମ୍ଭ କରିଛି।

ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଛାଟ ପରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ୍‌ ଯୋଗାଇ ଦେଇଥିବା ପାକିସ୍ତାନ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। କୁଳଭୂଷଣଙ୍କୁ କୌଣସି ପ୍ରକାରର ଦ୍ୱିତୀୟ କନସୁଲାର ଆକ୍ସେସ ମିଳିପାରିବ ନାହିଁ ବୋଲି ଆଜି ପାକ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି।

ଭାରର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ବେଆଇନ୍‌ ଭାବେ ପାକିସ୍ତାନ ସାମରିକ କୋର୍ଟ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିଲା। ଭାରତ ସରକାର ଆଇସିଜେରେ ଏହା ବିରୋଧରେ ଲଢ଼େଇ କରିଥିଲେ।

ଶେଷରେ ଆଇସିଜେ ଭାରତ ସପକ୍ଷରେ ରାୟ ଦେବା ସହ କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଦେବାକୁ କହିଥିଲେ। ଆଇସିଜେଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ ସେପ୍ଟେମ୍ବର ୨ରେ ଭାରତକୁ କୁଲଭୂଷଣଙ୍କୁ ଦେଖା କରିବାକୁ ଅନୁମତି ଦେଇଥିଲା। ଏହାପରେ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆ ପାକ୍‌ ସବ୍‌ ଜେଲରେ ଥିବା କୁଳଭୂଷଣଙ୍କୁ ସାକ୍ଷାତ କରିଥିଲେ। ହେଲେ ଏବେ ପାକିସ୍ତାନ କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଦେବନାହିଁ ବୋଲି କହିଛି।

ଆହୁରି ପଢ଼ନ୍ତୁ

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

You might also like