କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ, ରୋକଠୋକ ମନା କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆଜି ଭାରତ ରୋକଠୋକ ମନା କରି ଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ କଶ୍ମୀରକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା ସାଜିବାକୁ ପ୍ରସ୍ତାବ ଦେଇଥିବାରୁ ଭାରତ ପକ୍ଷରୁ ଏଭଳି କୁହାଯାଇଛି।

ଡାଭୋସରେ ଚାଲିଥିବା ୱାର୍ଲ୍ଡ ଇକୋନୋମିକ ସମ୍ମିଳନୀ ସମୟରେ ଟ୍ରମ୍ପ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଥିବା ପ୍ରସ୍ତାବ ଦେଇଥିଲେ।

ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି, “କଶ୍ମୀରକୁ ନେଇ ଆମର ଆଭିମୁଖ୍ୟ ଆମେ ପୂର୍ବରୁ ସ୍ପଷ୍ଟ କରି ସାରିଛୁ। କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ।

ସେ ଆହୁରି କହିଛନ୍ତି, “ଲାହୋର ଡିର୍କ୍ଲାରେସନ ଓ ଶିମଲା ଚୁକ୍ତି ଅନୁସାରେ ଭାରତ-ପାକ୍‌ ଏହାର ସମାଧାନ କରିବେ। ତେବେ ଆଲୋଚନା କରିବାକୁ ପ୍ରଥମେ ପାକିସ୍ତାନ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଦରକାର। ପାକିସ୍ତାନ ଆତଙ୍କବାଦ ଓ ହିଂସାକୁ ବନ୍ଦ କରିବା ପରେ ହିଁ ଆଲୋଚନା ହେବ।”

You might also like