‘ବନ୍ଦେ ମାତରମ’କୁ ଗ୍ରହଣ ନ କଲେ ଭାରତରେ ରହିବାର ଅଧିକାର ନାହିଁ: ପ୍ରତାପ ଷଡ଼ଙ୍ଗୀ

ସୁରତ: ଯେଉଁମାନେ ବନ୍ଦେ ମାତରମ୍‌ ନାରାକୁ ଗ୍ରହଣ କରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି।

ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, “ ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି ପାପର ଏକ ପ୍ରାୟଶ୍ଚିତ। ଏବଂ ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଧାଇ ଜଣାଇବା ଦରକାର। କଂଗ୍ରେସ ଏହି ପାପ କରିଥିଲା ଏବଂ ଆମେ ଏହାର ପ୍ରୟାଶ୍ଚିତ କଲୁ।” ଏଥିସହିତ ପ୍ରତାପ ଆହୁରି ମଧ୍ୟ କହିଥିଲେ ଯେ “ଧର୍ମ ଆଧାରରେ ଦେଶକୁ ବିଭାଜନ ହୋଇଥିଲା। ଯାହାକୁ ଆଦୌ ଅଣଦେଖା କରାଯାଇ ପାରିବ ନାହିଁ। ଏଭଳି କହି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। କଥାକୁ ଆଉଟିକେ ଯୋଡ଼ି ପ୍ରତାପ କହିଥିଲେ ମାଗଣା ପାଣି ଓ ବିଦ୍ୟୁତ୍ ସେବାରେ ଦେଶର ଉନ୍ନତୀ ହୋଇପାରିବ ନାହିଁ।

ଦେଶ ବିଭାଜନକୁ ନେଇ ପ୍ରତାପ କହିଥିଲେ, “ରାଜନେତାମାନେ ମିଶି ଧର୍ମ ଆଧାରରେ ଦେଶକୁ ବିଭାଜନ କଲେ। କିନ୍ତୁ ଏବେ ପାକିସ୍ତାନ, ବଙ୍ଗଳାଦେଶ,ଏବଂ ଅଫାଗାନିସ୍ତାନ ଭଳି ଦେଶରେ ହିନ୍ଦୁଙ୍କ ସଂଖ୍ୟା କମିଯାଇଛି। ଏହି ଦେଶଗୁଡ଼ିକରେ ଧର୍ମ ଆଧାରରେ ଲୋକଙ୍କ ନିର୍ଯାତନା ଦିଆଯାଇଛି।”

You might also like