ଗ୍ରାମୀଣ ନିର୍ମାଣ କାର୍ଯ୍ୟରେ ଲାଗିବନି ଲକ୍‌ଡାଉନ୍ କଟକଣା

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟକୁ ଲକ୍‌ଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଦୂରସଞ୍ଚାର, ପାନୀୟ ଜଳ ଏବଂ ବିଜୁଳି ପାଇଁ ହେଉଥିବା ନିର୍ମାଣ କାର୍ଯ୍ୟରେ କୌଣସି କଟକଣା ରହିବ ନାହିଁ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୂଣ୍ୟ ସଲିଲା ଶ୍ରୀବାସ୍ତବ।

ସେହିଭଳି ଅନୁସୂଚିତ ଜନଜାତି ଓ ବନାଞ୍ଚଳରେ ରହୁଥିବା ଲୋକେ ଲଘୁ ବନ୍ୟ ଉତ୍ପାଦନ ଓ ଅନ୍ୟ କୃଷି କାର୍ଯ୍ୟ କରିପାରିବେ। ସେହିଭଳି କୋପରେଟିଭ୍ କ୍ରେଡିଟ୍ ସୋସାଇଟି ଓ ଅଣ ବ୍ୟାଙ୍କିଂ କ୍ଷେତ୍ରରେ ଅଳ୍ପ କର୍ମଚାରୀ ରଖି କାମ କରି ହେବ ବୋଲି ସ୍ପଷ୍ଟ କରିଛନ୍ତି ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ।

ହେଲେ ଏସବୁ କ୍ଷେତ୍ରରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହେବ। ଏହାପୂର୍ବରୁ କୃଷି କାର୍ଯ୍ୟ ପାଇଁ ଲକଡାଉନ୍ ନିୟମରେ ବି କୋହଳ କରାଯାଇଥିଲା। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ କାର୍ଯ୍ୟ ଚାଲୁ ରହିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like