କୁନି ପିଲାଙ୍କ ଚିକିତ୍ସା ପାଇଁ ଗାଇଡଲାଇନ୍ ଜାରି : ବ୍ୟବହାର କରାଯିବନି ରେମଡିସିଭିର

ନୂଆଦିଲ୍ଲୀ : କୁନି ପିଲାଙ୍କ ଚିକିତ୍ସାରେ ବ୍ୟବହାର କରାଯିବନି ରେମଡିସିଭିର ଇଞ୍ଜେକ୍ସନ୍ । କରୋନାର ତୃତୀୟ ଲହରୀ କୁନି କୁନି ପିଲାଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହେବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ପିଲାଙ୍କ ଚିକିତ୍ସା ସମ୍ମନ୍ଧିତ ଗାଇଡଲାଇନ୍ ଜାରି କରିଛନ୍ତି । ପିଲାଙ୍କୁ ରେମଡିସିଭିର ଇଞ୍ଜେକ୍ସନ ନଦେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ୍ୟ ମନ୍ତ୍ରଣାଳୟ ।

ଚିକିତ୍ସା ସମୟରେ ଷ୍ଟେରଏଡ ବ୍ୟବହାର ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି । ଏହାକୁ ସଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରୀ ପରାମର୍ଶ ବିନା ଷ୍ଟେରଏଡ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ । ଏହା ବ୍ୟତୀତ ସିଟି ସ୍କାନକୁ ସଠିକ୍ ଉପାୟରେ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଗାଇଡଲାଇନରେ କୁହାଯାଇଛି, ପିଲାମାନଙ୍କର ସିଟି ସ୍କାନ ସମୟରେ ଡାକ୍ତରମାନେ ଅଧିକ ସଚେତନ ହେବା ଉଚିତ୍। ଅନ୍ୟପକ୍ଷରେ ରିମଡେସିଭିର୍ ଇଞ୍ଜେକ୍ସନ୍ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିିର୍ଦ୍ଦେଶ ରହିଛି । ଏଫିକେସି ଡାଟାର ଅଭାବ ହେତୁ ଏହାକୁ ପିଲାମାନଙ୍କଠାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ସୂଚନାଯୋଗ୍ୟ କରୋନାର ତୃତୀୟ ଲହରୀ ପିଲାମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶର ପ୍ରଥମ ଲହରୀ ବୃଦ୍ଧାବୃଦ୍ଧଙ୍କ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଦ୍ୱିତୀୟ ଲହରୀଯୁବକମାନଙ୍କ ପାଇଁ ବିପଦପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନାର ତୃତୀୟ ଲହରୀ ପିଲାମାନଙ୍କ ପାଇଁ ସାଂଘାତିକ ହୋଇପାରେ ।

ସେପ୍ଟେମ୍ବର- ଅକ୍ଟୋବରରେ କରୋନାର ତୃତୀୟ ଲହରୀ ଆଶଙ୍କା । କରୋନାର ତୃତୀୟ ଲହରୀ ନେଇ ନୀତି ଆୟୋଗ ସଦସ୍ୟଙ୍କ ଚେତାବନୀ ।  କରୋନାର ଦ୍ୱିତୀୟ ଲହରୀ ସହ ଏବେ ଲଢ଼େଇ କରୁଛି ଦେଶ । ଦ୍ୱିତୀୟ ଲହରୀରେ ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ବି ସଂକ୍ରମଣ ସ୍ଥିତି ଆୟତରେ ନାହିଁ । ଆଉ ଏହାରି ମଧ୍ୟରେ ନୀତି ଆୟୋଗ ସଦସ୍ୟ ତୃତୀୟ ଲହରୀ ଆସିବା ନେଇ ଚେତାବନୀ ଦେଇଛନ୍ତି । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହରୀ ଅ।ରମ୍ଭ ହେବାର ଆଶଙ୍କା ରହିଥିବା କହିଛନ୍ତି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

You might also like