ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ କୌଣସି ବିରୋଧ ପ୍ରଦର୍ଶନ କରାଯାଇପାରିବନି

ଶ୍ରୀନଗର: ସ୍ଥିତି ନ ସୁଧୁରିବା ଯାଏ କାଶ୍ମୀରରେ ଧାରଣା ସମେତ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରାଯାଇପାରିବ ନାହିଁ। କଶ୍ମୀରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ବୋଲି କାଶ୍ମୀର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଏବଂ ଝିଅ ଜମ୍ମୁ-କଶ୍ମୀର ଧାରା ୩୭୦ ଉଚ୍ଛେଦକୁ ନେଇ ବିକ୍ଷୋଭ କରିବାରୁ ଗିରଫ ହୋଇଥିଲେ। ୬୦ରୁ ୮୦ ବର୍ଷ ବୟସ ବର୍ଗର କିଛି ମହିଳା ଏକାଡେମିସିଆନ୍‌ ଏବଂ ସାମାଜିକ କର୍ମୀଙ୍କୁ ଏହି ବିକ୍ଷୋଭ ସ୍ଥଳରୁ ଗିରଫ କରି ଗୁରୁବାର ଛାଡ଼ି ଦିଆଯାଇଥିଲା।

ଜମ୍ମୁ-କାଶ୍ମୀର ପୁଲିସ୍‌ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି, ଏଭଳି ବିକ୍ଷୋଭ ପାଇଁ ଅନୁମତି ଦେବା ଆଗରୁ ଆମକୁ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ କରିବାକୁ ହେବ। ସେ କହିଥିଲେ, ଏହି ମହିଳାମାନେ ବ୍ୟବହାର କରିଥିବା କିଛି ପ୍ଲାକାର୍ଡ ‘ଠିକ୍‌ ନ ଥିଲା’ ଏବଂ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା।

ସେଦିନ ଗିରଫ ହୋଇଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ , ତାଙ୍କ ଝିଅ ଥିଲେ।

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like