ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ୍ ଦୁଷ୍କର୍ମ ମାମଲାକୁ ଗୁରୁତ୍ୱର ସହ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଘଟଣାକୁ ନେଇ ସବିଶେଷ ତଥ୍ୟ ପଚାରି ଥିବା ଜଣାପଡ଼ିଛି। ଏହି ଆଲୋଚନା ପରେ ମାମଲାରେ ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

ଅନ୍ୟପକ୍ଷେ ୟୁପି ପୋଲିସ ଦାବି କରିଛି, ୪ ଜଣ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ପୀଡିତା ନର୍ଭ ସିଷ୍ଟମ ଅଚଳ ହୋଇ ଯାଇଥିଲା ଯେଉଁଥିପାଇଁ ସେ ପାରାଲାଇଜ୍‌ଡ ହୋଇ ଯାଇଥିଲେ। ହାଥରସ ଏସପି ଭିକ୍ରାନ୍ତ ଭିର ସ୍ଥାନୀୟ ମିଡିଆକୁ ସୂଚନା ଦେଇ କହିଛନ୍ତି, ପୀଡିତାଙ୍କୁ ଦୁଷ୍କର୍ମ କରାଯାଇଥିବାର କୌଣସି ଚିହ୍ନ ତାଙ୍କ ଶରୀରରେ ନାହିଁ। ଏପରିକି ଦୁର୍ବୃତ୍ତମାନେ ପୀଡିତାଙ୍କ ଜିଭ କାଟି ଦେବା ଘଟଣାକୁ ମଧ୍ୟ ଅସ୍ୱୀକାର କରିଛନ୍ତି ଏସପି।

ସେ କହିଛନ୍ତି, ଏପରି କୌଣସି ଘଟଣା ଘଟିଥିବା ହାଥରସ କିମ୍ବା ଆଲିଗଡ ଡାକ୍ତରୀ ଟିମ ସ୍ପଷ୍ଟ କରି ନାହାନ୍ତି। ଫୋରେନ୍ସିକ ସହାୟତାରେ ଡାକ୍ତରୀ ଟିମ ଏହି ଅଭିଯୋଗାର ସତ୍ୟତାକୁ ପ୍ରମାଣିତ କରିବେ। ଏପରିକି ପୀଡିତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଅଭିଯୋଗକୁ ମଧ୍ୟ ଏସପି ଖଣ୍ଡନ କରିଛନ୍ତି।

ସେପଟେ ଘଟଣାକୁ ନେଇ ନେଇ ତେଜୁଛି ରାଜନୀତି। ଗତକାଲି ପୀଡ଼ିତାଙ୍କ ମୃତଦେହକୁ ରାତି ଅଧରେ ସତ୍କାରକୁ ନେଇ ବଢ଼ୁଛି ପରିବାରଲୋକଙ୍କ ବିରୋଧ। ପୋଲିସ୍ ଜୋରଜବରଦସ୍ତ ଭାବେ ମୃତଦେହକୁ ନେଇ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ଭାଇ। ପୋଲିସ୍ ଓ ଜିଲ୍ଲା ପ୍ରଶାସନ ତାଙ୍କ ଶେଷ ଦର୍ଶନ କରିବାକୁ ବି ଦେଇନଥିଲେ। ସକାଳେ ଅନ୍ତିମ ସତ୍କାର କରିବା ନେଇ ଯୋଜନା ଥିଲେ ବି ରାତିରେ କାହିଁକି ପୋଡ଼ା ଗଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like