ମହାରାଣୀ ଏଲିଜାବେଥଙ୍କ ଏଇ ଜିନିଷରେ ହାତ ଲଗାଇବାର ଅଧିକାର କାହାର ନାହିଁ

ଲଣ୍ଡନ: ବ୍ରିଟେନ ରାଜ ପରିବାର ପରିଚୟ  ସ୍ୱତନ୍ତ୍ର । ସ୍ୱତନ୍ତ୍ର ତାର ଆଦବ କାଇଦା..ସ୍ୱତନ୍ତ୍ର ତାର ସମ୍ମାନ, ମର୍ଯ୍ୟାଦା । ନୀତିନିୟମରେ ବି ରହିଛି ସ୍ୱତନ୍ତ୍ରତା । ରାଜ ପରିବାରର ନିୟମ ଏଠାରେ କଡାକଡି ପାଳନ କରାଯାଇଥାଏ । ଏପରିକି ତାଙ୍କ ସହ ରହୁଥିବା ଲୋକ ରାଜ ପରିବାରର କେଉ ଜିନିଷକୁ ଛୁଇଁ ପାରିବେ ଏବଂ କେଉଁ ଜିନିଷକୁ‌ୁ ଛୁଇଁବାକୁ ଅନୁମତି ଦରକାର  ତାହା ମଧ୍ୟ ଧାର୍ଯ୍ୟ ହୋଇ ରହିଛି । ତେବେ ଆମେ  ବ୍ରିଟେନ ମହାରାଣୀ ଏଲିଜାବେଥଙ୍କର ଏପରି ଏକ ଜିନିଷ ବିଷୟରେ କହିବୁ, ଯାହାକୁ କୌଣସି ପରିସ୍ଥିତିରେ ବି କେହି ହାତ ଲଗାଇ ପାରିବେ ନାହିଁ । ଜାଣନ୍ତି କ’ଣ ସେଇ ଜିନିଷ । ଏହା ହେଉଛି ତାଙ୍କର ବ୍ୟାଗ । ଏହା ପଛରେ ଏକ କାରଣ ମଧ୍ୟ ରହିଛି ।
ଏ ବିଷୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଚିଫ ଅଫ ପ୍ରୋଟକଲ କ୍ୟାପ୍ରିଶିୟା ପେନଭିକ ମାର୍ଶାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମହାରାଣୀଙ୍କ ହ୍ୟାଣ୍ଡବ୍ୟାଗକୁ କେହି ବି ଛୁଇଁ ପାରିବେ ନାହିଁ । କ୍ୟାପ୍ରିଶିୟା ଏକ ଘଟଣା ବିଷୟରେ ବର୍ଣ୍ଣନା କରି କହିଛନ୍ତି, ୨୦୧୧ରେ ସେ ଓବାମାଙ୍କ ବକିଂହମ୍‌ ପ୍ୟାଲେସ ଗସ୍ତବେଳେ ତାଙ୍କ ସହ ଯାଇଥିଲେ । ସେଠାରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ ଯେ, ମହାରାଣୀଙ୍କ ହ୍ୟାଣ୍ଡବ୍ୟାଗକୁ କେହି ହାତ ଲଗାଇ ପାରିବେ ନାହିଁ ।

ପ୍ରକୃତ କଥା ହେଲା, ପୂର୍ବରୁ ଅନେକ ହାଇ ପ୍ରୋଫାଇଲ ପରିବାର ସହ ସାକ୍ଷତ ବେଳେ କ୍ୟାପ୍ରିଶିଆ ମହିଳାଙ୍କ ହ୍ୟାଣ୍ଡ ବ୍ୟାଗ ଧରି ଯାଇଥାନ୍ତି । ତେଣୁ ଏଲିଜାବେଥଙ୍କ ସହ ସାକ୍ଷାତବେଳେ ମଧ୍ୟ ସେ ତାଙ୍କ ହ୍ୟାଣ୍ଡ ବ୍ୟାଗ ଧରିବାକୁ ଆଗେଇ ଆସିଥିଲେ ।
କ୍ୟାପ୍ରିଶିୟା ସ୍ଥାନୀୟ ଏକ ମାଗାଜିନକୁ ଏକ ସାକ୍ଷାତକାର ଦେଇ କହିଛନ୍ତି, “ମହାରାଣୀ ଯେତେବେଳେ ବାହାରକୁ ଆସିଲେ, ମୁଁ ମହଲର ଅଧିକାରୀଙ୍କୁ କହିଥିଲି, ମହାରାଣୀ ନିଜେ ତାଙ୍କ ବ୍ୟାଗ ଧରି ଆସୁଛନ୍ତି । ଏହା କହି ମୁଁ ଅଳ୍ପ ଆଗକୁ ବଢୁଛି, ଜଣେ ଅଧିକାରୀ ମୋ ସାମ୍ନାରେ ଠିଆ ହୋଇଗଲେ ଏବଂ ମୋତେ ବ୍ୟାଗରେ ହାତ ନ ଲଗାଇବା ପାଇଁ କହିଥିଲେ ।’’

କ୍ୟାପ୍ରିଶିଆ ଆହୁରି କହିଛନ୍ତି, ମୁଁ ଅଧିକାରୀଙ୍କୁ ବ୍ୟାଗରେ ଏମିତି କ’ଣ ଅଛି କି ବୋଲି ପଚାରିଥିଲି । ମାତ୍ର ତାଙ୍କୁ ସେ ବିଷୟରେ ଜଣାନାହିଁ, କିନ୍ତୁ ବ୍ୟାଗରେ କେହି ହାତ ଲଗାଇ ପାରିବେନି ବୋଲି ଅଧିକାରୀ ଜଣକ କହିଥିଲେ ।’

ତେବେ ଏମିତି କାହିଁକି ନିୟମ ରହିଛି  ଜାଣନ୍ତି ? କ୍ୟାପ୍ରିଶିୟା ପରେ ଏ ବିଷୟରେ ସୂଚନା ପାଇଥିଲେ କାହିଁକି ମହାରାଣୀଙ୍କ ବ୍ୟାଗକୁ ଛୁଇଁବାର ଅନୁମତି କାହାରିକୁ ନାହିଁ । ପ୍ରକୃତ କଥା ହେଲା, ଏହି ବ୍ୟାଗ ଦ୍ୱାରା ମହାରାଣୀ ଅଧିକାରୀମାନଙ୍କୁ ସିଗ୍‌ନାଲ ଦେଇଥାନ୍ତି । କୌଣସି କାର୍ଯ୍ୟକ୍ରମ ସମୟରେ ନିଜ୍‌ ଟିମକୁ ମେସେଜ୍‌ ଦେବା ପାଇଁ ସେ ଏହି ବ୍ୟାଗକୁ ବ୍ୟବହାର କରିଥାନ୍ତି ।

ଯଦି ବ୍ୟାଗ ତଳକୁ ରହିଥିବ ତେବେ ବୁଝିବାକୁ ପଡିବ, ମହାରାଣୀ କାର୍ଯ୍ୟକ୍ରମରୁ ବାହାରିବା ପାଇଁ ଚାହୁଁଛନ୍ତି । ଯଦି ବ୍ୟାଗ୍‌ ତାଙ୍କ ହାତର ଅନ୍ୟ କୌଣସି ଭାଗରେ ଅଛି ତେବେ ବୁଝିବାକୁ ହେବ ମିଟିଂ ଠିକ୍ ଠାକ ଚାଲିଛି ଏବଂ ଅଧିକାରୀ ବାହାରକୁ ଯାଇ ପାରିବେ ।

ଆହୁରି ପଢ଼ନ୍ତୁ

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଟପ୍‌ ପୋଷ୍ଟରେ ୫ ଓଡ଼ିଆ

You might also like