ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

ନୂଆଦିଲ୍ଲୀ: ହାଥରସ ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ନେଇ ହୋଇଥିବା ଆବେଦନକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଭିଳି ସ୍ଥିତିରି ମାମଲାକୁ ତୁରନ୍ତ ବାହାରକୁ ଟ୍ରାନ୍ସଫର କରିବା ଆବଶ୍ୟକ ନାହିଁ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ଘଟଣା ଉପରେ ହାଇକୋର୍ଟ ନଜର ରଖିଛନ୍ତି। ତେଣୁ ମାମଲାର ସୁପ୍ରିମକୋର୍ଟ ଯାଞ୍ଚ ଆବଶ୍ୟକ ନାହିଁ। ଏବେ ତଦନ୍ତ ଚାଲିଛି, ତେଣୁ ତଦନ୍ତ ଆରମ୍ଭରୁ ହିଁ ମାମଲାକୁ ଦିଲ୍ଲୀ କିମ୍ବା ଅନ୍ୟତ୍ର  ସ୍ଥାନାନ୍ତର କରାଯାଇ ପାରିବ ନାହିଁ।

ମାମଲାର ଶୁଣାଣି ବେଳେ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠକୁ ଗ୍ରହଣ ମଧ୍ୟ କରିଛନ୍ତି। ଯେଉଁଥିରେ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀମାନଙ୍କ ସୁରକ୍ଷା ସୁନିଶ୍ଚିତ କଥା ଥିବା ବେଳେ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ଦାବି ହୋଇଛି।

ସୂଚନା ଥାଉକି, ୧୪ ସେପ୍ଟେମ୍ବର ଉତ୍ତରପ୍ରଦେଶର ହାଥରସରେ ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ୨୯ ତାରିଖରେ ଦିଲ୍ଲୀର ସଫଦରଗଞ୍ଜ ହସ୍‌ପିଟାଲରେ ଚିକିତ୍ସିତ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ତରବରିଆ ଭାବେ ପରିବାରର ବିନା ଅନୁମତିରେ ବିଳମ୍ବିତ ରାତିରେ ଯୁବତୀଙ୍କ ଶବସତ୍କାର କରିଥିଲା।

ଉତ୍ତର ପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାରକୁ ଘେରାବନ୍ଦୀ କରି ରଖିଥିଲେ। ବିରୋଧୀ ନେତା କିମ୍ବା ଗଣମାଧ୍ୟମକୁ ମଧ୍ୟ ପୀଡ଼ିତ ପରିବାରକୁ ଭେଟିବାକୁ ଦିଆଯାଇ ନଥିଲା। ଏହାପରେ ମାମଲା ହାଇକୋର୍ଟ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like