ବିଜ୍ଞାପନରେ ଧର୍ମୀୟ ଭେଦଭାବ; ଗିରଫ ହେଲେ ବେକେରୀ ଷ୍ଟୋର୍ ମାଲିକ

ଚେନ୍ନାଇ: ଧର୍ମୀୟ ଭାବନାକୁ ଆଘାତ କରୁଥିବା ବି‌ଜ୍ଞାପନ ଦେଇଥିବା ଅଭିଯୋଗରେ ଗିରଫ୍‌ ହୋଇଛନ୍ତି ଚେନ୍ନାଇର ଜଣେ ବେକେରୀ ଷ୍ଟୋର୍‌ ମାଲିକ ଟି.ନାଗର। ସେ ତାଙ୍କ ଷ୍ଟୋର୍‌ ପାଇଁ ଏକ ବିଜ୍ଞାପନ ଦେଇଥିଲେ, ଯେଉଁଥିରେ ତାଙ୍କ ଷ୍ଟୋର୍‌ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ କେବଳ ଜୈନ୍ୟମାନେ ହିଁ ତିଆରି କରନ୍ତି, ମୁସଲମାନ କର୍ମଚାରୀଙ୍କ ଦ୍ୱାରା ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ବିଜ୍ଞାପନ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି।

ବିଜ୍ଞାପନରେ ଧର୍ମୀୟ ଭେଦଭାବ ଥିବାରୁ ଏହାକୁ ସୋସିଆଲ୍‌ ମିଡିଆରେ ତୀବ୍ର ବିରୋଧ କରାଯାଥିଲା। ଅନେକ ଏହାକୁ ସମାଲୋଚନା କରିଥିଲେ। ମୁସ୍‌ଲିମ ଧର୍ମ ବିରୋଧରେ ଭୁଲ୍ ପ୍ରଚାର କରିବା ସହିତ ଧର୍ମୀୟ ଭେଦଭାବ ସୃଷ୍ଟି କରିବା ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। ମାମଲା ଆଧାରରେ ଚେନ୍ନାଇ ପୁଲିସ୍‌ ଷ୍ଟୋର୍‌ ମାଲିକଙ୍କୁ ଗିରଫ୍ କରିଛି।

You might also like