ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ

ନୂଆଦିଲ୍ଲୀ: ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ ବିଦେଶୀ ସାମଗ୍ରୀ। ଆମଦାନୀ ହେଉଥିବା ବିଦେଶୀ ସାମଗ୍ରୀ ଆଉ ନ କିଣିବା ଲାଗି ଦେଶର ୪ ହଜାର କ୍ୟାଣ୍ଟିନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଡିଆଗୋ ଓ ପେରନଡ୍ ରିକାର୍ଡ ଭଳି କଂପାନୀର ବିଦେଶୀ ମଦ ଆଉ ଆର୍ମି କ୍ୟାଣ୍ଟିନରେ ମିଳିବ ନାହିଁ। ଦେଶର ସାମଗ୍ରୀକୁ ପ୍ରୋତ୍ସାହନ ଦେବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

କ୍ୟାଣ୍ଟିନଗୁଡ଼ିକରେ ମଦ, ଇଲେକ୍ଟ୍ରୋନିକ୍ସ ଆଇଟମ୍ ଓ ଅନ୍ୟାନ୍ୟ ସାମଗ୍ରୀ ରିହାତି ଦରର ବିକ୍ରି ହୋଇଥାଏ।  ଦେଶରେ ଥିବା ଆର୍ମି କ୍ୟାଣ୍ଟିନଗୁଡ଼ିକରେ ବାର୍ଷିକ ପ୍ରାୟ ୧୫ ହଜାର କୋଟି ଟଙ୍କାର କାରବାର ହୋଇଥାଏ।

ବିଦେଶୀ ସାମଗ୍ରୀ ନ କିଣିବା ଲାଗି ଗତ ୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଦିଆଯାଇଥିବା ସୂଚନା ମିଳିଛି। ଏନେଇ ଗତ ମେ ଓ ଜୁଲାଇରେ ତିନି ସେନାର ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଦେଶୀ ଅର୍ଜନ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତେବେ ଏନେଇ ପ୍ରତିକ୍ରିୟା ଦେବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ମନା କରିଛନ୍ତି। କେଉଁ କେଉଁ ସାମଗ୍ରୀ ଆମଦାନୀ ବନ୍ଦ ହେବ ସେନେଇ ସ୍ପଷ୍ଟ ତଥ୍ୟ ମିଳିନି।

You might also like