ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: ଘରୋଇ ବିମାନ ସେବା ପୁନଃ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଆଜି ଯାତ୍ରୀମାନଙ୍କ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ଦିଲ୍ଲୀ ସରକାର। ପୂର୍ବରୁ କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ନୁହେଁ ବୋଲି ଦିଲ୍ଲୀ ସରକାରଙ୍କ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ତେବେ ଥର୍ମାଲ୍ ସ୍କ୍ରିନଂ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ରହିବ। ପୂର୍ବରୁ ହୋମ୍ ମିନିଷ୍ଟ୍ରି ମଧ୍ୟ ଏଭଳି ଗାଇଡ୍ଲାଇନ୍ ଜାରି କରିଥିଲା।
ଦିଲ୍ଲୀ ସରକାର ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ, କରୋନା ଲକ୍ଷଣ ନଥିବା ଯାତ୍ରୀ କେବଳ ଥର୍ମାଲ୍ ସ୍କ୍ରିନିଂ କରି ଏଯାର୍ପୋର୍ଟରୁ ଯାଇପାରିବେ। ସେହିଭଳି ହାଲ୍କା ଲକ୍ଷଣ ଥିବା ଯାତ୍ରୀଙ୍କ ପାଇଁ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ ଥିବା ବେଳେ ତାଙ୍କ ପାଇଁ କିଛିଟା କୋହଳ ହୋଇଛି। ଏହି ବର୍ଗର ଯାତ୍ରୀ ଚାହିଁଲେ ସରକାରୀ ଓ ବେସରକାରୀ ହୋମ୍ ଆଇସୋଲେସନ୍ ବିକଳ୍ପ ବାଛି ଆଇସୋଲେସନ୍ରେ ରହିବେ। ତେବେ ସମସ୍ତ ଲକ୍ଷଣଧାରୀଙ୍କ ପାଇଁ ଡାକ୍ତରୀ ସୁବିଧା ଯୋଗାଇ ଦିଆଯିବା।
ଏହା ବ୍ୟତୀତ ଯେଉଁମାନେଙ୍କଠାରେ ଭୟଙ୍କର ଭାବେ କରୋନା ଲକ୍ଷଣ ଦେଖା ଦେବା ସେମାନଙ୍କୁ ଅଲଗା କରି ରଖି ସରକାରୀ ସୁବିଧା ଯୋଗାଇ ଦିଆଯିବ। ତେବେ ଆସନ୍ତାକାଲି ସକାଳ ୫.୫୫ରେ ପ୍ରଥମ ଏୟାର ଇଣ୍ଡିଆ ଫ୍ଲାଇଟ୍ ଦିଲ୍ଲୀରୁ ଜୟପୁର ଉଡ଼ାଣ ଭରିବ।