ଆଜି ସୁପ୍ରିମ୍କୋର୍ଟରେ ସବୁ ଶୁଣାଣି ସ୍ଥଗିତ
ନୂଆଦିଲ୍ଲୀ:କରୋନା ଭୟାବହତା କମିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରି ଚାଲିଛି ଏହି ଭାଇରାସ। ଭାରତରେ ମଧ୍ୟ ସଙ୍ଗୀନ ଅବସ୍ଥା। ୫୩୬କୁ ବଢିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।
ମହାରାଷ୍ଟ୍ର ଓ କେରଳ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ରାଜ୍ୟରେ ୩ ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି କେରଳରେ ସଂକ୍ରମିତଙ୍କ ସଂଖ୍ୟା ୯୫କୁ ବଢିଛି । ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ପଞ୍ଜାବ, ଜାମୁ କାଶ୍ମୀର ଓ ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଛି।
ପରସ୍ଥିତିକୁ ଦେଖି ଭାରତକୁ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦି। ସ୍ଥିତିକୁ ଦେଖି ଆଜି ହେବାକୁ ଥିବା ସମସ୍ତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ସତର୍କତା ଭାବେ ଭିଡିଓ କନ୍ଫରେନ୍ସିଂ ଜରିଆରେ କିଛି ଜରୁରୀ ମାମଲାର ଶୁଣାଣି କରାଯିବାର ଥିଲା । ତେବେ ପରବର୍ତ୍ତୀ ଶୁଣାଣି ତାରିଖ ନେଇ ସର୍ବୋଚ୍ଚ କୋର୍ଟ ସ୍ପଷ୍ଟ କରିନାହାନ୍ତି।