ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି
ଗୁଆହାଟୀ: ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି। ସୋମବାର ଦିନ ଆସାମ କ୍ୟାବିନେଟ୍ରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
୨୦୨୧, ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବ। ଯେଉଁ ବ୍ୟକ୍ତିଙ୍କର ୨ରୁ ଅଧିକ ସନ୍ତାନ ଥିବ ସେମାନଙ୍କୁ ସରକାରୀ ଚାକିରି ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ କହିଛନ୍ତି।
୨୦୧୭ ସେପ୍ଟେମ୍ବରରେ ଆସାମ ବିଧାନସଭାରେ ‘ଆସାମର ଜନସଂଖ୍ୟା ଓ ନାରୀ ସଶକ୍ତିକରଣ ପଲିସି’ ପାରିତ ହୋଇଥିଲା। ଯେଉଁ ପ୍ରାର୍ଥୀମାନଙ୍କର ୨ଟି ସନ୍ତାନ ଥିବ ସେମାନେ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ ବୋଲି ଏଥିରେ ନିୟମ ଥିଲା। ଏଥିସହ ବର୍ତ୍ତମାନ ସରକାରୀ ଚାକିରି କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଥିଲା।